କନକ ବ୍ୟୁରୋ : ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ପୁଣିଥରେ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, ବାରମ୍ବାର ତୈଳଦର ବୃଦ୍ଧି ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏକ ପ୍ରେସ ବିବୃତି ଜରିଆରେ ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସ ବର୍ମା କହିଛନ୍ତି, ପେଟ୍ରୋଲ ଓ ଡିଜେଲର ମାତ୍ରାଧିକ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଛି ।
ମାତ୍ରାଧିକ ଟିକସ ଯୋଗୁଁ ଦରବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଏ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନାହାନ୍ତି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କରୋନା ଆଢୁଆଳରେ ଚପାଇ ଦିଆଯାଇଛି । ଲୋକଙ୍କ ନଜରରେ ଏହା ରହିଛି ଆଗାମୀ ଦିନରେ ଏଥିପାଇଁ ଏନଡିଏ ସରକାର ଦାୟୀ ରହିବେ ବୋଲି କହିଛି ବିଜେଡି । ଶୁଳ୍କ କମାଇବା ପାଇଁ ବିଜେଡି ଦାବି କରିଛି । କେନ୍ଦ୍ର ସରକାର ତୈଳ ଉପରୁ ଉତ୍ପାଦ ଶୁଳ୍କ କମାଇବା ସହ କୃଷି ସେସ ପ୍ରତ୍ୟାହାର କଲେ ଦର କମିବ ବୋଲି କହିଛି ବିଜେଡି । ରାଜ୍ୟରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପେଟ୍ରୋଲ ଲିଟର ପିଚ୍ଛା ଶହେ ଟଙ୍କା ପାର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/petrol_660_042319072926.jpg)