ତିର୍ତ୍ତୋଲରେ ତୃତୀୟ ପର୍ୟ୍ୟାୟ ଗଣତିରେ ବି ବିଜେଡି ଆଗରେ: ବିଜେପି ପ୍ରାର୍ଥୀ ରାଜକିଶୋରଙ୍କଠାରୁ ୧୧୩୫ ଭୋଟରେ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଆଗୁଆ

ମୋଟ ୪୪୪୫ ଭୋଟରେ ବିଜୁ ଜନତା ଦଳ ଆଗୁଆ

104

କନକ ବ୍ୟୁରୋ: ଆଜି ଆସିବ ଉପନିର୍ବାଚନ ରାୟ । ଗତ ୩ ତାରିଖରେ ହୋଇଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନର ଆଜି ଆସିବ ଫଳାଫଳ । ତେବେ ଏଥିପାଇଁ ଭୋଟ୍ ଗଣତି ସକାଳୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତାନ ସୁଦ୍ଧା ଗୋଭ୍ଏହା ତୃତୀୟ ରାଉଣ୍ଡରେ ପହଂଚିଛି । ବଡ କଥା ହେଉଛି ଲଗାତାର ତିନୋଟି ରାଉଣ୍ଡ ଗଣିତରେ ବି ତିର୍ତ୍ତୋଲ ଆସନରେ ବିଜେଡି ଆଗୁଆ ରହିଛି ।

ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ୍ ଗଣତିରେ ବି ବିରୋଧୀଙ୍କୁ ମାତ୍ ଦେଇ ବିପୁଳ ଭୋଟରେ ଆଗେଇ ଚାଲିଛି ବିଜୁ ଜନତା ଦଳ । ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୧୧ ହଜାର ୪ଶହ ୪ ଭୋଟ୍ ମିଳିଥିବା ବେଳେ  ବିଜେପିକୁ ମିଳିଛି ୬୯୫୯ଟି ଭୋଟ୍ ଏବଂ କଂଗ୍ରେସ ପାଇଛି ମାତ୍ର ୧୬୭୭ଟି ଭୋଟ୍ । ତେବେ ବିଜେପିଠାରୁ ମୋଟ୍ ୪ ହଜାର ୪୪୫ଖଣ୍ଡ ଭୋଟରେ ବିଜୁ ଜନତା ଦଳ ଆଗୁଆ ରହିଥିବା ବେଳେ କେବଳ ତୃତୀୟ ରାଉଣ୍ଡ ଭୋଟ୍ ଗଣତିରେ ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କଠାରୁ ୧୧୩୫ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ।