କନକ ବ୍ୟୁରୋ : ବର୍ଷାଦିନରେ ଶରୀରରେ ସାମାନ୍ୟ ଅଳସୁଆ ପଣ ଆସିଥାଏ । ଆଉ ବର୍ଷାଦିନେ ଆପଣ ଯଦି ନିଜ ଶରୀରକୁ ସକ୍ରିୟ ରଖିବାକୁ ଚାହୁଥାନ୍ତି ତେବେ ଆପଣଙ୍କୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ପଡ଼ିବ । ଆପଣ ଯେତେ ପରିମାଣରେ ଫଳ ଖାଇବ‌େ ଶରୀର ଆପଣଙ୍କର ସେହି ଅନୁସାରେ ସୁସ୍ଥ ଓ ସକ୍ରିୟ ରହିବ । ବର୍ଷା ଦିନେ ବିଭିନ୍ନ ପ୍ରକାରର ସଂକ୍ରମଣାତ୍ମକ ରୋଗ ସବୁ ହୋଇଥାଏ । ହଜମଶକ୍ତି ମଧ୍ୟ କମ୍‌ ହୋଇଥାଏ । ତେଣୁ, ଏହି ଦିନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ କେଉଁ ଫଳ ସବୁ ଖାଇବା ଦରକାର ଜାଣିରଖନ୍ତୁ…

Advertisment

- ବର୍ଷା ଦିନେ ବଜାରରେ ପ୍ରଚୁର ପରିମାଣର ଜାମୁ କୋଳି ମିଳେ। ଜାମୁ କୋଳି‌ରେ କ୍ୟାଲୋରି କମ୍‌ ଥାଏ। ମାତ୍ର ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌, ଫୋଲେଟ୍‌, ପଟାସିୟମ୍‌ ଓ ଭିଟାମିନ୍‌ ରହିଛି। ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ

- ବର୍ଷା ଦିନେ ଲିଚି ଖାଇବା ବି ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ। ଏଥିରେ ଭିଟାମିନ୍‌ ସି ଥିବା ହେତୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏଥିରେ ଥିବା ଆଣ୍ଟି-ଅସ୍କିଡାଣ୍ଟ୍‌ ଓଜନ ହ‌୍ରାସ କରାଇବାରେ ବି ସାହାଯ୍ୟ କରେ

- ବର କୋଳି ଖାଇବା ଦ୍ବାରା ବି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହି ଦିନେ ବର କୋଳି ପ୍ରଚୁର ପରିମାଣରେ ମିଳିଥାଏ। ଆପଣ ଏହାକୁ ମଧ୍ୟ ଖାଇପାରିବେ

- ଚେରି ହେଉଛି ଆଉ ଏକ ବର୍ଷାଦିନିଆ ଫଳ। ଏହାକୁ ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରହିଥାଏ

- ଆପଣ ଏହି ଦିନରେ ପ୍ରଚୁର ପରିମାଣର ଡାଳିମ୍ବ ମଧ୍ୟ ଖାଇପାରିବେ। ଏଥିରେ ଭରପୂର ପରିମାଣରେ ନିଉଟ୍ରିଏଣ୍ଟ୍‌ସ ରହିଛି

- ସେଓ ଏକ ଏପରି ଫଳ ଯାହାକୁ ଆପଣ ସବୁ ଋତୁରେ ଖାଇପାରିବେ