କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ବି ମିଳିଲାନି ଉଚିତ ଚିକିତ୍ସା : ପଜିଟିଭ ଚିହ୍ନଟ ହେବା ପରେ ବରଗଡ ପଦ୍ମପୁର ହସ୍ପିଟାଲ ବାହାରେ ଗଛମୂଳ ରାତି କାଟିଲେ ଅଙ୍ଗନବାଡି କର୍ମୀ

180

କନକ ବ୍ୟୁରୋ : କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ବି ମିଳିଲାନି ଉଚିତ ଚିକିତ୍ସା । ପଜିଟିଭ ଚିହ୍ନଟ ହେବା ପରେ ବରଗଡ ପଦ୍ମପୁର ହସ୍ପିଟାଲ ବାହାରେ ଗଛମୂଳେ ରାତି କାଟିଲେ ଅଙ୍ଗନବାଡି କର୍ମୀ । ଗାଇସିଲଟ ବ୍ଲକ ଅଏଁଲାଭଟା ଗାଁର ଅଙ୍ଗନୱାଡି କର୍ମୀ ଗତ କିଛି ଦିନ ହେଲା ତାଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଗତ ଦୁଇ ଦିନ ହେଲା ଜ୍ୱର ହେବାରୁ ତାଙ୍କୁ ପଦ୍ମପୁର ଚିକିତ୍ସାଳୟକୁ ନିଆଯାଇଥିଲା ।

ସେଠାରେ କୋଭିଡ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ କିନ୍ତୁ କୋଭିଡ କେୟାର ସେଂଟର କିମ୍ବା ଘରକୁ ଯାଇ ହୋମ ଆଇସୋଲେସନରେ ରହିବା ପାଇଁ ତାଙ୍କୁ କୌଣସି ପରାମର୍ଶ ଦିଆନଯାଇ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା । ଫଳରେ ସଂକ୍ରମିତ ଜଣକ ସାରା ରାତି ନିଜ ସ୍ୱାମୀଙ୍କ ସହ ଗଛମୂଳେ ବସି କଟାଇଥିଲେ । ଗୋଟିଏ ପଟେ କୋଭିଡ ସଂକ୍ରମଣ ବେଳେ ଅଙ୍ଗନୱାଡି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଉଥିବା ବେଳେ ଅନ୍ୟପଟେ ଏହି ସମ୍ମୁଖ ଯୋଦ୍ଧାମାନେ ସଂକ୍ରମିତ ହେଲେ ସେମାନେ ଉଚିତ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି ।

Comments are closed.