କନକ ବ୍ୟୁରୋ : ମମିତା ମେହେର ନିଖୋଜ ମାମଲାର ଏତଲା ନିଜେ ଲେଖିଥିଲେ ଗୋବିନ୍ଦ ସାହୁ । ଏପରିକି ଏତଲା ଲେଖିବା ପରେ, ମମିତାଙ୍କ ପରିବାର କେ. ଗାଁ ଥାନାରେ ପହଂଚିବା ଆଗରୁ ସେଠାରେ ପହଂଚି ଯାଇଥିଲେ । ଆଉ ତାଙ୍କରି ଇସାରାରେ ଥାନା ବାବୁ ଏଫଆଇଆର ରଖି ନଥିବା ଅଭିଯୋଗ ହୋଇଛି । ବଲାଙ୍ଗିରର ମାମଲା ହୋଇଥିବାରୁ ତୁରକେଲାରେ ଏତଲା ଦେବାକୁ କହିଥିଲେ ଏବଂ ମମିତାଙ୍କ ପରିବାର ଝିଅ ନିଖୋଜ ନେଇ ସିନ୍ଧକେଲା ଥାନାରେ ଏତଲା ଦେଇଥିଲେ । ମୃତ୍ୟୁ ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ନ୍ୟାୟ ଦାବି କରିଛନ୍ତି ମମିତାଙ୍କ ବାପା । ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ସେ ଫାଶୀ ଦଣ୍ଡ ଦାବି କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us