କେଉଁ ଆସନରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ସମ୍ବଲପୁରରୁ ଲଢ଼ିବାକୁ ଜୟନାରାୟଣ କହିବା ପରେ, ବିଜେଡି ବିଧାୟକ କହିଲେ ଏଭଳି କଥା...

Advertisment
କେଉଁ ଆସନରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ସମ୍ବଲପୁରରୁ ଲଢ଼ିବାକୁ ଜୟନାରାୟଣ କହିବା ପରେ, ବିଜେଡି ବିଧାୟକ କହିଲେ ଏଭଳି କଥା...

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଲଢ଼ିବା ନେଇ ଆଗ୍ରହ ପ୍ରକାଶ କରିବା ପରେ, କେଉଁଠୁ ଲଢ଼ିବେ ସେ ନେଇ ଜୋର ଧରିଛି ଚର୍ଚ୍ଚା । ଗତ କିଛି ମାସ ହେଲା ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରକୁ ଧର୍ମେନ୍ଦ୍ର ବିଶେଷ ଗୁରୁତ୍ୱ ଦେଉଥିବାରୁ, ଏହା ଭିତରୁ କୌଣସି ଗୋଟିଏ ଆସନରେ ଲଢ଼ି ପାରନ୍ତି ବୋଲି ଆଲୋଚନା ହେଉଛି । ଏହି ଆଲୋଚନା ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଯେଉଁଠୁ ଲଢ଼ନ୍ତୁ, ପ୍ରଥମେ ନିଜ ଦଳକୁ ସଜାଡନ୍ତୁ । ଦଳର ସଂଗଠନକୁ ମଜବୁତ କରନ୍ତୁ ।

ଜୟନାରାୟଣ କହିଥିଲେ, ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିଲେ ଭଲ ପ୍ରଭାବ ପଡିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାରୁ ଲଢ଼ିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଏନେଇ ଦଳକୁ ସେ ଜଣାଇ ଦେଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।କେନ୍ଦ୍ରମନ୍ତ୍ରୀ ଆଗାମୀ ନିର୍ବାଚନରେ ସିଧାସଳଖ ମଇଦାନକୁ ଓହ୍ଲାଇଲେ ଏହାର ପ୍ରଭାବ ପଡିବ ବୋଲି ଆକଳନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe