କେଉଁ ଆସନରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ସମ୍ବଲପୁରରୁ ଲଢ଼ିବାକୁ ଜୟନାରାୟଣ କହିବା ପରେ, ବିଜେଡି ବିଧାୟକ କହିଲେ ଏଭଳି କଥା…
କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଲଢ଼ିବା ନେଇ ଆଗ୍ରହ ପ୍ରକାଶ କରିବା ପରେ, କେଉଁଠୁ ଲଢ଼ିବେ ସେ ନେଇ ଜୋର ଧରିଛି ଚର୍ଚ୍ଚା । ଗତ କିଛି ମାସ ହେଲା ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରକୁ ଧର୍ମେନ୍ଦ୍ର ବିଶେଷ ଗୁରୁତ୍ୱ ଦେଉଥିବାରୁ, ଏହା ଭିତରୁ କୌଣସି ଗୋଟିଏ ଆସନରେ ଲଢ଼ି ପାରନ୍ତି ବୋଲି ଆଲୋଚନା ହେଉଛି । ଏହି ଆଲୋଚନା ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଯେଉଁଠୁ ଲଢ଼ନ୍ତୁ, ପ୍ରଥମେ ନିଜ ଦଳକୁ ସଜାଡନ୍ତୁ । ଦଳର ସଂଗଠନକୁ ମଜବୁତ କରନ୍ତୁ ।

Kanak News is now on WhatsApp
Join and get latest news updates delivered to you via WhatsApp
ଜୟନାରାୟଣ କହିଥିଲେ, ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିଲେ ଭଲ ପ୍ରଭାବ ପଡିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାରୁ ଲଢ଼ିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଏନେଇ ଦଳକୁ ସେ ଜଣାଇ ଦେଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।କେନ୍ଦ୍ରମନ୍ତ୍ରୀ ଆଗାମୀ ନିର୍ବାଚନରେ ସିଧାସଳଖ ମଇଦାନକୁ ଓହ୍ଲାଇଲେ ଏହାର ପ୍ରଭାବ ପଡିବ ବୋଲି ଆକଳନ କରାଯାଉଛି ।