ଉମରକୋଟରୁ ଆସିଲା ମାଆକୁ ପୁଅର ନିର୍ଯାତନାର ଚିତ୍ର । ମାଆକୁ ଘରୁ ତଡିଦେଲା ପୁଅ, ନ୍ୟାୟ ଦାବିରେ ପୁଅର ଦୋକାନ ଆଗରେ ଦେଲେ ଧାରଣା

137

କନକ ବ୍ୟୁରୋ: ମାଆ ଜନ୍ମ ଦେଇଥିଲା ପୁଅକୁ । ହେଲେ ପରିଣତ ବୟସରେ ପୁଅ , ମାଆର ବଂଚିବାର ରାହା ହେବ କଣ, ଦେଲା ନିର୍ଯାତନା । ଚାଟ୍ ବ୍ୟବସାୟ କରି ନିଜ ପରିବାର ଚଳାଉଥିବା ପୁଅ , ମାଆକୁ ଘରେ ରଖିଲାନି, କି ଖାଇବାକୁ ବି ଦେଲାନି । ପୁଅର ଅଣଦେଖା ଅଧିକ ହେବାରୁ ବାଧ୍ୟ ହୋଇ ପୁଅର ଦୋକାନ ଆଗରେ ଧାରଣାରେ ବସିଲେ ମହିଳା ଜଣକ । ମାଆକୁ ନିର୍ଯାତନାର ଏପରି ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରୁ ।

ସେପଟେ ଘଟଣା ନେଇ ଗଣମାଧ୍ୟମରେ ପୁଅ କହିଛନ୍ତି ଘରେ ତାଙ୍କର ପତ୍ନୀ ଓ ମାଆଙ୍କ ମଧ୍ୟରେ କଳହ ଲାଗି ରହୁଥିବାରୁ ସେ ମାଆଙ୍କ ପାଇଁ ବାହାରେ ଘର ଭଡା ନେଇ ରଖି ଖାଇବାକୁ ଦେଉଥିଲେ । ଗତ କିଛି ଦିନ ହେବ ତାଙ୍କର ମାଆ, ଭଉଣୀ ଘରକୁ ଚାଲି ଯାଇଥିଲେ । ଏବେ ଏପରି ଦୋକାନ ଆଗରେ ଧାରଣାରେ ବସିଛନ୍ତି ।

ତେବେ ଦୈନିକ ମାଆଙ୍କ ଖର୍ଚ ପାଇଁ ପୁଅ ୨୦୦ ଟଙ୍କା ଦେବାକୁ ନିଷ୍ପତି ହେବା ପରେ ଧାରଣାରୁ ଉଠିଥିଲେ ମାଆ ଉଷାରାଣୀ । ଦଶହରା ସମୟରେ ସମସ୍ତେ ମା ଦୁର୍ଗାଙ୍କ ଆବହନ କରିଛନ୍ତି । କିନ୍ତୁ ବାସ୍ତବ ସମାଜରେ ଏମିତି ପ୍ରକୃତ ମାଆଙ୍କ ପ୍ରତି ବ୍ୟବହାର , ମାଆ ପ୍ରତି ବାସ୍ତବ ସ୍ନେହ କେତେ ତାହା ସ୍ପଷ୍ଟ କରିଛି ।