କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ କରାଯିବ । ଆସନ୍ତାକାଲି ଠାରୁ ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢୁଥିବାରୁ ଟିକାକରଣ ହେବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟିକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗିର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ, ନବରଙ୍ଗପୁର, ମୟୁରଭଞ୍ଜରେ ସଂକ୍ରମଣ ବଢୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ ।
ମାଛ ମାଂସ ବିକ୍ରେତା, ସେଲୁନ, ବୁଲା ବିକାଳି, ଅଟୋ ଓ ବସ ଡ୍ରାଇଭର, ବିଦ୍ୟାଳୟ ଓ କଲେଜ ଶିକ୍ଷକ, ରେଷ୍ଟୁରାଂଟ କର୍ମଚାରୀଙ୍କ ଭଲି ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୁଇ ସପ୍ତାହ ମଧ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟିକାକରଣ ସାରିବାରୁ ଲକ୍ଷ୍ୟ ରଖାଯାଇଛି ।