କାଲିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅତି ଜରୁରୀରେ ଘରୁ ବାହାରିଲେ ପିନ୍ଧିବେ ମାସ୍କ, ବିଭିନ୍ନ ସ୍ଥାନରେ ମାସ୍କ ତିଆରି କରିବାକୁ ଆଗେଇ ଆସିଲେ ସ୍ୱୟଂ ସହାୟକ ଗୋଷ୍ଠୀ ।

590

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ପପକ୍ଷେପ ନେଉଛନ୍ତି । ଲକଡାଉନ କରି ଦୋକାନ ବଜାର ରାସ୍ତାଘାଟ ଆଦିକୁ ସଂପୁର୍ଣ୍ଣଭାବେ ବନ୍ଦ କରାଯାଇଛି । ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସାମାଜିକ ଦୁରତା କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷିରେ ଲୋକେ ମାନୁ ନଥିବା ବେଳେ ମାସ୍କ ବ୍ୟବହାର କରିବାକୁ କହିଛନ୍ତିି ରାଜ୍ୟ ସରକାର । ଆସନ୍ତା କାଲିଠାରୁ ଯିଏ ଘରୁ ବାହାରକୁ ବାହାରିବ ମାକ୍ସ ପିନ୍ଧିବା ବାଧ୍ୟତାମୁଳକ ବୋଲି ଘୋଷଣା କରାଯାଇଛି ।

ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ରାଜ୍ୟସରକାରଙ୍କ ତରଫରୁ ଏଭଳି କଟକଣା ଲାଗୁ ହେବା ପରେ ରାଜ୍ୟରେ ମାସ୍କର ଅଭାବକୁ ପୂରଣ କରିବା ପାଇଁ ଏସ୍ଏଚଜି ମହିଳାଙ୍କୁ ମାସ୍କ ପ୍ରସ୍ତୁତିରେ ନିୟୋଜିତ କରାଯାଇଛି । ମାଲକାନଗିରି ଜିଲ୍ଲା ଓଏଲଏମ ବା ଓଡିଶା ଜୀବିକା ମିଶନ ଜରିଆରେ ଏସଏଚଡି ମହିଳାମାନେ ଘରେ କୂଟିର ଶିଳ୍ପ ଆରମ୍ଭ କରି ମାସ୍କ ପ୍ରସ୍ତୁତିରେ ଲାଗିପଡିଛନ୍ତି । ମାଲକାନଗିର ଭଳି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ମାସ୍କ ତିଆରି କାମରେ ଲାଗିଛନ୍ତି ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା । ସରକାରୀ ଏବଂ ବେସରକାରୀ ସ୍ତରରେ ବ୍ୟାପକ ମାସ୍କ ତିଆରି କାର୍ଯ୍ୟ ଜୋର୍ସୋରରେ ଚାଲିଛି ।

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି । ଏଥିପାଇଁ ମାସ୍କ, ଓଢଣୀ, ଗାମୁଛା ବ୍ୟବହାର କରିପାରିବେ ଲୋକ । ଏପରି କ୍ଷେତ୍ରରେ ବାଲେଶ୍ୱର ରାଣୀପାଟଣାରେ ୩ଜଣ ମହିଳା ମାସ୍କ ତିଆରୀ କରି ଗରିବ ଲୋକଙ୍କୁ ମାଗଣାରେ ବାଂଟୁଛନ୍ତି । ସେପଟେ କନ୍ଧମାଳ ଜିଲ୍ଲା ରାଇକିଆରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମହାମାରୀର ମୁକାବିଲା ପାଇଁ ତିଆରି କରୁଛନ୍ତି ମାସ୍କ । ମାର୍ଚ୍ଚ ୧୯ ତାରିଖରୁ ଏହି କାମ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ୫ ହଜାର ମାସ୍କ ତିଆରି କରିବା ସହ ଆହୁରି ଅଧିକ ମାସ୍କ କରିବା ପାଇଁ ଲାଗିଛନ୍ତି ମହିଳା ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅର୍ଡାବାହାଲ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ରେ ଜିଲ୍ଲା ପ୍ରଶାଶନ ତରଫରୁ ଦୁଇଟି ସଂୟଂ ସହାୟକ ଗୋଷ୍ଠିର ସିଲେଇ ତାଲିମ ପ୍ରାପ୍ତ ମହିଳା ମାକ୍ସ ତିଆରି କାମରେ ନିୟୋଜିତ ହୋଇଛନ୍ତି । ଏଥିରେ ନିଜେ ସ୍ୱାବଲମ୍ବୀ ହେବା ସହିତ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ଆଠଗଡ ବ୍ଲକ ବାଳି ଗାଁର ମାଆ ହିଙ୍ଗୁଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଲାଗିଛନ୍ତି ମାସ୍କ ତିଆରି କରିବାରେ । କପଡା ସହ ଇଲାଷ୍ଟିକ୍ର ବ୍ୟବହାର କରି ମାସ୍କ ପ୍ରସ୍ତୁକ କରାଯାଉଛି ।

କରୋନା ମହାମାରୀ ପାଇଁ ସାରା ବିଶ୍ୱର ଅର୍ଥନିତୀ ଦୋହଲି ଯାଇଛି । ପୁରା ବିଶ୍ୱ ଏବେ ଲକ ଡାଉନରେ ଥିବାବେଳେ ଘରୁ ବାହାରି ନପାରି ଲକ୍ଷଲକ୍ଷ ଲୋକ ରୋଜଗାର ହରାଇଛନ୍ତି । ଏପରିସ୍ଥଳେ ଏହି କରୋନା ଲଢେଇରେ ସାମିଲହୋଇ କିଛି ମହିଳା ମାସ୍କ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି ।