କରୋନା ପ୍ରଭାବ । ଆଜିଠାରୁ ୩୧ ପର୍ଯ୍ୟନ୍ତ ଅନ୍ତଃରାଜ୍ୟ ବସ ସେବା ବନ୍ଦ

3,759

କନକ ବ୍ୟୁରେ। : ଟ୍ରେନ ପରେ ବାତିଲ ହେଲା ବସ ଯାତ୍ରା । ଆଜିଠାରୁ ଆସନ୍ତା ୩୧ ତାରିଖ ଯାଏଁ ଅନ୍ତଃରାଜ୍ୟ ବସସେବାକୁ ବାତିଲ କରାଯାଇଛି । ଆଜି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ଅତିଆବଶ୍ୟକ ନଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଫଳରେ ୩୧ ମାର୍ଚ୍ଚ ଯାଏଁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଗଡିବନି ଯାତ୍ରୀବାହୀ ବସ ।

ଏହାଛଡା କରୋନା ସଂକ୍ରମିତ ଓ କରୋନା ଜନିତ ମୃତ୍ୟୁ ହୋଇଥିବା ଦେଶର ୭୫ଟି ଜିଲ୍ଲାର ସ୍ଥିତି ସଂପର୍କର ପଚାରି ବୁଝିଛନ୍ତି କ୍ୟାବିନେଟ ସଚିବ । ୭୫ ଜିଲ୍ଲାରେ ଜରୁରୀକାଳୀନ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସେହିପରି କରୋନା ସ୍ଥିତିର ଗମ୍ଭୀରତାକୁ ଦେଖି ରାଜ୍ୟ ସରକାର ମଧ୍ୟ ନିଜ ଅଂଚଳରେ କଟକଣା ଜାରି କରି ପାରିବେ ବୋଲି କହିଛନ୍ତି କ୍ୟାବିନେଟ ସଚିବ ।