‘ଫୋନି’ ଦୁଃଖ ଦୂର କରିବାକୁ ବିଏମସିର ତତ୍ପରତା । ଆସନ୍ତା କାଲିଠାରୁ ଭୁବନେଶ୍ୱରବାସୀଙ୍କୁ ରିଲିଫ୍ ବଣ୍ଟନ କରିବ ବିଏମସି । 

Advertisment
‘ଫୋନି’ ଦୁଃଖ ଦୂର କରିବାକୁ ବିଏମସିର ତତ୍ପରତା । ଆସନ୍ତା କାଲିଠାରୁ ଭୁବନେଶ୍ୱରବାସୀଙ୍କୁ ରିଲିଫ୍ ବଣ୍ଟନ କରିବ ବିଏମସି । 

କନକ ବ୍ୟୁରୋ: ‘ଫୋନି’ ଫେରିବା ପରେ ଲୋକମାନଙ୍କୁ ରିଲିଫ୍ ବଣ୍ଟନ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଇଛନ୍ତି । ବିଶେଷ କରି ଭୁବନେଶ୍ୱର ସହରରେ  ପ୍ରଭାବିତ ହୋଇଥିବା ଲୋକମାନଙ୍କୁ କିଭଳି ସହାୟତା ପ୍ରଦାନ କରାଯିବ ସେନେଇ ଭୁବନେଶ୍ୱର ମହାନଗର ନିଗମ ( ବିଏମସି) ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ତେଣୁ ଆସନ୍ତାକାଲି ଠାରୁ ଭୁବନେଶ୍ୱର ମହାନଗର ନିଗମ ସୋମବାର ଠାରୁ ବାତ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ବାଣ୍ଟିବ। ବିଏମସି ଅତିରିକ୍ତ କମିସନର ରାଜେନ୍ଦ୍ର କୁମାର ପଟ୍ଟନାୟକ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ବିଏମସିର ୬୭ଟି ଓ୍ଵାର୍ଡରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ।

publive-imageସବୁଠାରୁ ବଡ଼ କଥା ହେଲା ଯେ, ଜାତୀୟ ଖାଦ୍ୟ ସୁରକ୍ଷା ନିୟମ (ଏନଏଫଏସଏ) ନିୟମ ଅନୁସାରେ ବିପନ୍ନ ପରିବାରକୁ ୫୦ କିଲୋ ଲେଖାଏଁ ଚାଉଳ ବଣ୍ଟାଯିବ। ବିପନ୍ନ ପରିବାରକୁ ଜିନିଷପତ୍ର କଣିବା ପାଇଁ ୨ ହଜାର ଟଙ୍କା ଓ ପଲିଥିନ କିଣିବା ପାଇଁ ୫୦୦ ଟଙ୍କା ସହାୟତା ମିଳିବ। ରାଜସ୍ୱ ନିରୀକ୍ଷକ ଏବଂ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଚିହ୍ନଟ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

publive-imageସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବ ପରେ ଭୁବନେଶ୍ୱରର ମାନଚିତ୍ର ସଂପୂର୍ଣ୍ଣ ରୂପେ ବଦଳି ଯାଇଛି। ସବୁଜ ଓ ସ୍ମାର୍ଟ ଭୁବନେଶ୍ୱର ତା’ର ପୂର୍ବ ସୁନ୍ଦରତା ହରାଇ ଦେଇଛି। ବିପନ୍ନ ଲୋକେ ବିଦ୍ୟୁତ, ପାଣି ଓ ଖାଦ୍ୟ ସାମଗ୍ରୀ କିଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆସନ୍ତା କାଲି ଠାରୁ ରିଲିଫ୍ ବଣ୍ଟନ ନେଇ ବିଏମସି ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe