ହଟିଲା କଟକଣା, ସ୍ୱାଭାବିକ ହେଲା ୟେସ୍ ବ୍ୟାଙ୍କ । ଆଜି ମ୍ୟାଚୁରିଟି ହେବ ଶ୍ରୀମନ୍ଦିରର ୩୮୯ କୋଟି ଟଙ୍କାର ଜମା ରାଶି

153

କନକ ବ୍ୟୁରୋ : ଆଜିି ଫେରିବ ଜଗନ୍ନାଥଙ୍କ ଟଙ୍କା । ୟେସ ବ୍ୟାଙ୍କର ଦୁଇଟି ଆକାଉଂଟରେ ଜମା ଥିବା ୧୫୬ କୋଟି ଟଙ୍କା ମାର୍ଚ୍ଚ ୩୦ ତାରିଖରେ ମ୍ୟାଚୁରିଟି ପାଇବ ଏବଂ ଆଉ ଦୁଇଟି ଆକାଉଂଟରେ ୩୮୯ କୋଟିର ଜମା ରାଶି ମାର୍ଚ୍ଚ ୧୯ ତାରିଖରେ ପରିପକ୍ୱ ହେବ । ଆଜି ପରିପକ୍ୱ ହେଉଥିବା ଜଗନ୍ନାଥଙ୍କ ୩୮୯ କୋଟିର ଜମା ରାଶି ଉଠାଇବା ପାଇଁ ଫର୍ମ ଦାଖଲ କରାଯାଇଛି । ସଠିକ ସମୟରେ ଟଙ୍କା ଉଠିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଭୟ କୁମାର ଜେନା । ଏଥିସହ ଚଳିତମାସ ୩୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଉଠିବ ବୋଲି ସୂଚନା ମିଳିଛି ।

ସେପଟେ ଜମାକାରୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆଣିଦେଇଛି ୟେସ ବ୍ୟାଙ୍କ । ଗତାକାଲି ସନ୍ଧ୍ୟାରୁ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି ୟେସ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ ସାମୟିକ ବନ୍ଦ ବା କଟକଣା ଲଗାଇବା ପରେ ବ୍ୟାଙ୍କ ବନ୍ଦ ରହିଥିଲା । ଟୁଇଟ କରି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଏବେ ଠାରୁ କାର୍ଯ୍ୟକ୍ଷମ ହେଲା ବ୍ୟାଙ୍କ । ଗ୍ରାହକ ଏବଂ ଜମାକାରୀମାନେ ସେମାନଙ୍କର ବ୍ୟାଙ୍କ କାରବାର କରିପାରିବେ । ମାର୍ଚ୍ଚ ୫ ତାରିଖରେ ଏହି କଟକଣା ଲଗାଇଥିଲା ଆରବିଆଇ ।