ଆଜି ଠାରୁ ବିଧାନସଭାର ଶୀତ ଅଧିବେଶନ । ସରକାରଙ୍କୁ ଘେରିବାକୁ କଂଗ୍ରେସ ବିଧାୟକ ଦଳ ବୈଠକରେ ତିଆରି ହେଲା ରଣନୀତି : କଂଗ୍ରେସ କହିଲା, କୃଷକ ସମସ୍ୟା, ଆଇନ ଶୃଙ୍ଖଳାକୁ ନେଇ ଉତର ରଖନ୍ତୁ ସରକାର, ବିଜେପି କହିଲା, ସ୍ମିତାରାଣୀ ମୁଖ୍ୟ ପ୍ରସଙ୍ଗ

Advertisment
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭାଗବଂଟା । ଏଣିକି ବିଜୁ ପକ୍କା ଘର ଯୋଜନା ଲୋଗୋ ସହ ଉଲ୍ଲେଖ ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ

କନକ ବ୍ୟୁରୋ : ଆଜି ଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଆସନ୍ତା ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ୍ ରହିଛି ୩୦ଟି କାର୍ଯ୍ୟଦିବସ । ଏହି ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି । ଏଥର ଅଧିବେଶନ କାଳରେ ବିଭିନ୍ନ ଦୃଷ୍ଟିରୁ ବିଶୃଙ୍ଖଳା ହେବାର ଆଶଙ୍କା ରହିଛି । ଲୋକଙ୍କ ସ୍ୱାର୍ଥ ପାଇଁ ବିରୋଧୀ ବିଧାନସଭାରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବୋଲି କହିଛନ୍ତି । ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିବା ସୂଚନା ଦେଇଥିବା ବେଳେ କଂଗ୍ରେସ ଦୁର୍ନୀତି ଓ ଆଇନଶୃଙ୍ଖଳା କଥା ଉଠାଇବ ବୋଲି କହିଛି । ତେବେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସବୁ ପ୍ରକାର ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି କହିଛି ଶାସକ ବିଜେଡି ।

publive-imageସେପଟେ ବିଧାନସଭାର ଶୀତ ଅଧିବେଶନରେ ଏଥର ପେପରଲେସ୍ ବିଧାନସଭା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏକ ଆପ୍ ମାଧ୍ୟମରେ ଗୃହର ସମସ୍ତ ପ୍ରଶ୍ନ ଓ ଉତର ଦିଆଯିବ । ଖୁବଶୀଘ୍ର ବିଧାନସଭା ହେବ ସମ୍ପୂର୍ଣ୍ଣ ୱାଇ ଫାଇ । ତାରକା ଓ ଅଣତାରକା ପ୍ରଶ୍ନ ସବୁ ଏହି ଆପରେ ସ୍ଥାନ ପାଇବ । ଏଥିସହ ବିଧାନସଭାର ସଦସ୍ୟଙ୍କ ଠିକଣା, ଫୋନ ନମ୍ବର, ନିର୍ବାଚନ ମଣ୍ଡଳୀ ସମ୍ପର୍କିତ ତଥ୍ୟ ମଧ୍ୟ ରହିବା ଆପଣ ଯଦି ଚାହିଁବେ ବିଧାନସଭା ଅଧିବେଶନ ସମୟରେ ପ୍ରତ୍ୟେକ ଦିନ ଗୃହର ବିବରଣୀ ଏହି ଆପରୁ ଜାଣିପାରିବେ । ଗୃହରେ କଣ ପ୍ରଶ୍ନ ପଚରାଗଲା ଏବଂ ତାର ଉତର କଣ ରଖିଲେ ମନ୍ତ୍ରୀ , ଗୃହରେ କଣ କଣ ବିଲ ପାସ ହେଲା ଏବଂ କାହା ଉପରେ ଆଲୋଚନା ହେଲା ଏସବୁ ତଥ୍ୟ ମଧ୍ୟ ମିଳିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe