କରୋନା ମୁକାବିଲା ଚିନ୍ତା । ଆଜିିଠୁ ଦିଲ୍ଲୀ ଢ଼ାଂଚାରେ ଭୁବନେଶ୍ୱର ରାସ୍ତାରେ ଗଡିବ ଯୁଗ୍ମ-ଅଯୁଗ୍ମ ଗାଡି । ଭିଡ ନିୟନ୍ତ୍ରଣ ପାଇଁ ବଡ଼ ନିଷ୍ପତି

1,020

କନକ ବ୍ୟୁରୋ : ଦିଲ୍ଲୀ ପରି ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେବ ଅଡ-ଇଭିନ୍ ଫର୍ମୁଲା । ଅର୍ଥାତ୍ ଗାଡି ନମ୍ବରର ଶେଷ ସଂଖ୍ୟା ଯୁଗ୍ମ ଅର୍ଥାତ୍ ଇଭିନ୍ ହୋଇଥିଲେ, ଯୁଗ୍ମ ତାରିଖରେ ରାସ୍ତାରେ ଗଡିବ । ସେହିପରି ଗାଡି ନମ୍ବରର ଶେଷ ସଂଖ୍ୟା ଅଯୁଗ୍ମ ଅର୍ଥାତ୍ ଅଡ୍ ହୋଇଥିଲେ, କ୍ୟାଲେଣ୍ଡରର ଅଯୁଗ୍ମ ତାରିଖରେ ସେହି ଗାଡି ରାଜଧାନୀ ରାସ୍ତାରେ ଗଡିବ ।

ପ୍ରଦୂଷଣ ପାଇଁ ଦିଲ୍ଲୀରେ ଏହି ଅଡ-ଇଭିନ୍ ଫର୍ମୁଲା ଲାଗୁ କରାଯାଇଥିଲା । ଆଉ ଏବେ କରୋନା ପାଇଁ ଭୁବନେଶ୍ୱରରେ ଏହି ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଆଜି ଠାରୁ ଏହା ଲାଗୁ ହେବ । କରୋନା ପାଇଁ ଭିଡ କମ୍ କରିବାକୁ ଉଦ୍ୟମ କରୁଛନ୍ତି ସରକାର । ଅତ୍ୟନ୍ତ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସରକାର ।