କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବ। ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖାତା ଦେଖା ଚାଲିବ। ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ଦିନ ମଧ୍ୟରେ ସମାପ୍ତ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ହୋଇଛି। ଗତବର୍ଷ ଭଳି ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନଲାଇନରେ ମାର୍କ ପୋଷ୍ଟିଂ ହେବ। ତେବେ ମାଟ୍ରିକ୍ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ୧୬ହଜାର ୩୦ଜଣ ପରୀକ୍ଷକ ନିୟୋଜିତ ହୋଇଥିବା ବେଳେ ଏଥିରେ ୭୬୧ଜଣ ମୁଖ୍ୟ ପରୀକ୍ଷକ, ୧୪୮୨ଜଣ ଉପମୁଖ୍ୟ ପରୀକ୍ଷକ, ୧୨ହଜାର ୨୬୫ଜଣ ସହକାରୀ ପରୀକ୍ଷକ ଓ ୧୫୨୨ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଛି।
/kanak/media/post_attachments/wp-content/uploads/2019/03/exam-paper-valuation.jpg.image_.784.410.jpg)
୧୦ରୁ ୧୨ଦିନ ବିଶେଷ କରି ଏପ୍ରିଲ୍ ୫ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଓଏମ୍ଆର୍ ୪ଟି ଯାକ ସେଟର ମୂଲ୍ୟାୟନ ଆରମ୍ଭ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ୫ଲକ୍ଷ ୮୭ହଜାର ୭୨୦ଜଣ ପରୀକ୍ଷାର୍ଥୀ ରାଜ୍ୟର ୨୯୫୩ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି।