ଆଜି ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ।  ଆମେରିକା ଓ ଋଷିଆ ବିପକ୍ଷରେ ଖେଳିବେ ଭାରତୀୟ ମହିଳା ଓ ପୁରୁଷ ଟିମ

କଳିଙ୍ଗ ଷ୍ଟାଡିୟମ ବିକାଶ ପାଇଁ ଖର୍ଚ୍ଚ ହେବ ୧୨ କୋଟି : ୪ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ : ଆଜି ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ । ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ୪ ଟି ମ୍ୟାଚରେ ଭାରତୀୟ ମହିଳା ଓ ପରୁଷ ଦଳ ଆମେରିକା ଓ ରୁଷିଆ ବିପକ୍ଷରେ ଖେଳିବେ । ତେବେ ଭାରତର ଉଭୟ ଟିମ କଳିଙ୍ଗ ଷ୍ଟାଡିୟମରୁ ହିଁ ଅଲମ୍ପିକ୍ସରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ।  ଅଲମ୍ପିକ୍ସରେ ଭାରତୀୟ ମହିଳା ଦଳର ସେତେଟା ଅଭିଜ୍ଞତା ନଥିଲେ ମଧ୍ୟ ପରୁଷ ହକି ଦଳ ଅଲମ୍ପିକ ଇତିହାସରେ ଏକ ସଫଳ ଦଳ ଭାବେ ଗଣାଯାଇଥାଏ ।

publive-imageମ୍ୟାଚ୍ ଆଗରୁ ସାଂବାଦିକ ସମ୍ମିଳନୀରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ । ବିପକ୍ଷ ଦଳକୁ ଦୁର୍ବଳ ଭାବିବା ଅନୁଚିତ୍ ବୋଲି ସେ କହିଛନ୍ତି । ଓଡିଶାର ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା ହୋମ ଗ୍ରାଉଣ୍ଡରେ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଦଳ ଆଶା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe