କନକ ବ୍ୟୁରୋ : ଦୁଇ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ ଘଟଣାକୁ ବିରୋଧ । ଆଜିଠୁ କଳାବ୍ୟାଜ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିବେ ସରକାରୀ କର୍ମଚାରୀ । ଆଜିଠୁ ତିନି ଦିନ ଯାଏଁ ବିରୋଧ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ଏହି ଘଟଣାକୁ ସରକାରୀ କର୍ମଚାରୀମାନେ ନିନ୍ଦା କରିବା ସହ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି ।
ଏହି ଘଟଣାକୁ ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏତଲା ଦେଇଥିଲା ଓଏଏସ ସଂଘ । ଦୁଇ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଦୁଇ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଦୁଇ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଦେବାଶିଷ ମହାପାତ୍ର ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଦୁଇ ଅଧିକାରୀ । ସେପଟେ ବିଶେଶ୍ୱର ଟୁଡୁ ଅଭିଯୋଗକୁ ଖଣ୍ଡନ କରିଥିଲେ । କହିଥିଲେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ । ପଂଚାୟତ ରାଜନୀତିରୁ ନଜର ହଟାଇବାକୁ ଏଭଳି କୁହାଯାଇଛି ।
ଦୁଇ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ମାଡ ଘଟଣାର ପ୍ରତିବାଦ । ଆଜିଠୁ କଳାବ୍ୟାଜ ପିନ୍ଧି ବିରୋଧ ପ୍ରଦର୍ଶନ କରିବେ ସରକାରୀ କର୍ମଚାରୀ
/kanak/media/post_attachments/wp-content/uploads/2022/01/5-35.jpg)