ଆଜିଠାରୁ ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଚଳିତଥର ମୋଟ ୧୨ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା 

Advertisment
ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ସମର୍ଥନ ! ସିବିଏସଇ ପରୀକ୍ଷା ଫି’ ବୃଦ୍ଧି ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ସମର୍ଥନ ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୧୫ ଶୁକ୍ରବାରଠାରୁ ଆରମ୍ଭ ହେବ। ପରୀକ୍ଷା ଦେବା ପାଇଁ ସାରା ଦେଶରେ ୧୨ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଥମ ଦିନରେ ଦ୍ବାଦଶ ଶ୍ରେଣୀର ଧନ୍ଦାମୂଳକ ଶିକ୍ଷା ବିଭାଗର ୬ଟି ବିଷୟର ପରୀକ୍ଷା ରହିଛି। ପୂର୍ବାହ୍ନ ୧୦ଟା ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ୩୦ରେ ସରିବ। ପୂର୍ବାହ୍ନ ୧୦ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବନି। ମାର୍ଚ୍ଚ ୨ରୁ ପ୍ରମୁଖ ବିଷୟଗୁଡ଼ିକର ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୧ରୁ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ।
publive-imageପରୀକ୍ଷା କେନ୍ଦ୍ର ଭିତରକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ କିଛି ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପରୀକ୍ଷାର୍ଥୀମାନେ ହଲ୍କୁ ଯିବା ସମୟରେ ସାଙ୍ଗରେ କେବଳ କଲମ ଓ ଆବଶ୍ୟକୀୟ ଷ୍ଟେସନାରି ସାମଗ୍ରୀ ନେଇପାରିବେ। ଡାଇବେଟିସ୍ ପରୀକ୍ଷାର୍ଥୀଙ୍କ ପାଇଁ ନିୟମରେ କୋହଳ କରାଯାଇଛି। ସେମାନେ ହଲ୍କୁ ଯିବା ବେଳେ ସାଙ୍ଗରେ ସ୍ନାକ୍ସ ନେଇପାରିବେ। ସିବିଏସ୍ଇ ଆଡମିଟ୍ କାର୍ଡ ସମେତ ସ୍କୁଲ ପରିଚୟପତ୍ର ସାଙ୍ଗରେ ନେଇ ପରୀକ୍ଷାର୍ଥୀ ହଲ୍କୁ ଯାଇପାରିବେ। ଏହି ଦୁଇ ପରିଚୟପତ୍ର ନଥିଲେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏଥର ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe