କନକ ବ୍ୟୁରୋ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୧୫ ଶୁକ୍ରବାରଠାରୁ ଆରମ୍ଭ ହେବ। ପରୀକ୍ଷା ଦେବା ପାଇଁ ସାରା ଦେଶରେ ୧୨ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଥମ ଦିନରେ ଦ୍ବାଦଶ ଶ୍ରେଣୀର ଧନ୍ଦାମୂଳକ ଶିକ୍ଷା ବିଭାଗର ୬ଟି ବିଷୟର ପରୀକ୍ଷା ରହିଛି। ପୂର୍ବାହ୍ନ ୧୦ଟା ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ୩୦ରେ ସରିବ। ପୂର୍ବାହ୍ନ ୧୦ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବନି। ମାର୍ଚ୍ଚ ୨ରୁ ପ୍ରମୁଖ ବିଷୟଗୁଡ଼ିକର ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୧ରୁ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ।
/kanak/media/post_attachments/wp-content/uploads/2019/02/board-exams-647.jpeg)