ଆଜିଠାରୁ କଟକ ଭୁବନେଶ୍ୱରରେ ଗଡିବ ବସ । ଅଫିସ ସମୟରେ ଚଳାଚଳ କରିବ ଏହି ସ୍ୱତନ୍ତ୍ର ବସ

505

କନକ ବ୍ୟୁରୋ : ଆଜିଠାରୁ କଟକ ଭୁବନେଶ୍ୱରରେ ଗଡିବ ବସ୍ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ ଚଳାଇବେ ରାଜ୍ୟ ସରକାର । ଅଫିସ ସମୟରେ ଚଳାଚଳ କରିବ ଏହି ଗୋଟିଏ ବସ୍ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ତେବେ ଏହି ବସରେ ଭଡା ୩୦ଟଙ୍କା ରହିବ । ସେହିପରି ଗ୍ରୀନ ଜୋନରେ ବସ ଗଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ।

କହିଛନ୍ତି ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଭଡାକୁ ଦୁଇଗୁଣିତ କରିବା ପାଇଁ ବ୍ୟବସ୍ଥା ହୋଇଛି । ଯେହେତୁ ଗ୍ରୀନ ଜୋନ ରେଡ ହୋଇଯାଉଛି । ତେଣୁ ବସ ଚଳାଚଳ କରିପାରୁନି । ଦିନେ କି ଦୁଇ ଦିନ ଭିତରେ ସରକାର ନିଷ୍ପତି ନେବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।