କନକ ବ୍ୟୁରୋ : ସାରା ଦେଶରେ ବିକାଶ କରିଥିବା କଥା କହି ବିଜେପି ଯେଉଁ ପରି ଭାବରେ ଡିଣ୍ଡିମ ପିଟୁଛି ଓ ସାଧାରଣ ଲୋକମାନଙ୍କୁ ଭୂୟାଁ ବୁଲାଇବା ସହ ରାଜ୍ୟବାସୀଙ୍କ ପାଇଁ ତାଙ୍କର କେତେ ଦରଦ ରହିଛିୁ ତାହା ରାଜ୍ୟବାସୀ ଭଲଭାବରେ ଜାଣିଛନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟ କେନ୍ଦ୍ରକୁ କୋଟି କୋଟି ଟଙ୍କା ରାଜସ୍ୱ ଦେଉଥିବା ସମୟରେ ତା ବଦଳରେ କେନ୍ଦ୍ର ସରକାର କେବଳ ପ୍ରତାରଣା ଦେଉଥିବା ବିଜୁ ଛାତ୍ର ଜନତା ଦଳ ଅଭିଯୋଗ କରିଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ରାଜ୍ୟର ବିକାଶ ପାଇଁ କେତେ ତତ୍ପର ତାହା ଜଣାପଡିଛି ।
/kanak/media/post_attachments/wp-content/uploads/2019/03/1531240768-Naveen_Patnaik.jpg)
ଉପକୂଳ ରାଜପଥକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ଏ ପର୍ଯ୍ୟନ୍ତ ହୋଇପାରିଲ ନାହିଁ । ଆଜିର ଡିଜିଟାଲ ଯୁଗରେ ସବୁ ଡିଜିଟାଲ କରିବେ ବୋଲି କେନ୍ଦ୍ର ସରକାର କହୁଛନ୍ତି ହେଲେ ଓଡିଶାର ଅଧା ଗ୍ରାମକୁ ଏ ପର୍ଯ୍ୟନ୍ତ ବିଏସଏନଏଲ ନେଟୱାର୍କ ପହଞ୍ଚିପାରିଲା ନାହିଁ । ରେଳବାଇ କ୍ଷେତ୍ରରେ ମଧ୍ୟ ରାଜକୁ ଅବହେଳିତ କରାଯାଇଛି । ପୂର୍ବତଟ ରେଳବାଇକୁ ବିଭାଜନ କରି ଦକ୍ଷିଣବାଇ ରେଳପଥ ସୃଷ୍ଟି କରାଯାଉଛି । ଆଜିର ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ବ୍ୟାଙ୍କର ସୁବିଧା ନାହିଁ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଗରିବ ଲୋକଙ୍କ ଆକାଉଣ୍ଟ ଖୋଲାଗଲା ଓ କୁହାଗଲା ୧୫ ଲକ୍ଷ ଟଙ୍କା ମିଳିବ ବୋଲି ହେଲେ ତାହା ବି ହେଲା ନାହିଁ ।
କୋଇଲା କ୍ଷେତ୍ରରେ ବି ସମାନ ଅବସ୍ଥା ୨୦୧୫ ମସିହାରୁ କୋଇଲାର ରୟାଲିଟି ସଂଶୋଧନ ହୋଇପାରିଲା ନାହିଁ । ଚାଷୀମାନଙ୍କୁ ଏମଏସପି କ୍ଷେତ୍ରରେ ପ୍ରତାରିତ କରାଯାଇଛି । ବିଜେପି ସରକାର କର୍ପୋରେଟଙ୍କ ସରକାର । ଜନଜାତି ଅଞ୍ଚଳର ବିକାଶ ପାଇଁ ଆସୁଥିବା ଟଙ୍କା ମଧ୍ୟ ବନ୍ଦ କରିଦେଇଛି କେନ୍ଦ୍ର ସରକାର । ଉଜ୍ଜ୍ୱଳା ଯୋଜାନାର ଅନେକ ପ୍ରକାର ବିଜ୍ଞାପନ ଦିଆଗଲା । ହେଲେ କୌଣସି ଲାଭ ମିଳିଲା ନାହିଁ । ସୁଲଭ ମୂଲ୍ୟରେ ମା’ମାନଙ୍କୁ ଗ୍ୟାସ ମିଳୁନାହିଁ ।
ତେବେ ଏହାକୁ ରାଜ୍ୟରେ ବିରୋଧ କରାଯିବ । ଓଡିଶାକୁ କେନ୍ଦ୍ର ସରକାର ଅନେକ ସମୟରେ ପ୍ରତାରିତ କରୁଛନ୍ତି । ହେଲେ ରାଜ୍ୟର ସ୍ୱାର୍ଥକୁ କେବେ ହେଲେ ଜଳାଜଂଳି ଦେବା ପାଇଁ ଦିଆଯିବ ନାହିଁ । ପ୍ରତ୍ୟେକ ଗ୍ରାମରେ ବିଜେଡି ପକ୍ଷରୁ ସଭାସମିତି କରାଯିବ ଓ ବିଜେପି ସରକାରର ମୁଖା ଖୋଲାଯିବ ବୋଲି ବିଜୁ ଛାତ୍ର ଜନତା ଦଳ କହିଛି ।