ଆଜିଠୁ ୪ ଦିନ ବ୍ୟାଙ୍କ ବନ୍ଦ । ଆସନ୍ତାକାଲିଠୁ ୨ ଦିନିଆ ଧର୍ମଘଟ, ୧୨ ଦଫା ଦାବି ନେଇ ବିଭିନ୍ନ ବ୍ୟାଙ୍କ କର୍ମଚାରୀ କରିବେ ଆନ୍ଦୋଳନ : ବ୍ୟାଙ୍କ ସେବା ଉପରେ ପଡିବ ପ୍ରଭାବ

Advertisment
ଆଜିଠୁ ୪ ଦିନ ବ୍ୟାଙ୍କ ବନ୍ଦ । ଆସନ୍ତାକାଲିଠୁ ୨ ଦିନିଆ ଧର୍ମଘଟ, ୧୨ ଦଫା ଦାବି ନେଇ ବିଭିନ୍ନ ବ୍ୟାଙ୍କ କର୍ମଚାରୀ କରିବେ ଆନ୍ଦୋଳନ : ବ୍ୟାଙ୍କ ସେବା ଉପରେ ପଡିବ ପ୍ରଭାବ

କନକ ବ୍ୟୁରୋ : ଆଜିଠାରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଶ୍ରୀପଂଚମି ପାଇଁ ଆଜି ସରକାରୀ ଛୁଟିଥିବାବେଳେ ଫେବ୍ରୁଆରୀ ୨ ରିବିବାର ହୋଇଥିବାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏହା ସହ ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ତାରିଖ ବ୍ୟାଙ୍କ କର୍ମଚାରୀଙ୍କ ବନ୍ଦ ଡାକରା ଯୋଗୁଁ ବନ୍ଦ ରହିବ ବ୍ୟାଙ୍କ । ଅର୍ଥାତ ଆଜି, କାଲି , ଶନିବାର ଓ ରବିବାର ବନ୍ଦ ରହିବ ବ୍ୟାଙ୍କ । ବ୍ୟାଙ୍କ କର୍ମଚାରୀ ବିଭିନ୍ନ ଦାବି ନେଇ ଏହି ଧର୍ମଘଟ ଡାକରା ଦେଇଛନ୍ତି ।

ବେତନରେ ୨୦ ପ୍ରତିଶତ ବୃଦ୍ଧି, ବ୍ୟାଙ୍କଗୁଡିକରେ ପାଂଚ ଦିନ କାର୍ଯ୍ୟଦିବସ, ମୂଳ ଦରମା ସହ ସ୍ୱତନ୍ତ୍ର ଭତାକୁ ମିଶାଇବା, ଏନପିଏସକୁ ଶେଷ କରିବା, ପେନସନର ଅପଡେସନ କରିବା, ପରିବାରକୁ ମିଳୁଥିବା ପେନସନରେ ସଂଶୋଧନ, କର୍ମଚାରୀ କଲ୍ୟାଣ ଫଣ୍ଡର ପରିଚାଳନା ଲାଭର ଆଧାର ଉପରେ ବଂଟାଯିବା, ଅବସର ନେବା ସମୟରେ ମିଳୁଥିବା ଲାଭକୁ ଆୟକରରୁ ବାହାରେ ରଖିବା, ଶାଖାମାନଙ୍କରେ କାର୍ଯ୍ୟ ସମୟ ଓ ଲଂଚ ସମୟର ଉପଯୁକ୍ତ ଭାବେ ବଂଟନ ଆଦି ପ୍ରମୁଖ ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ ସଂଘ ।

ମୁଖ୍ୟ ଶ୍ରମ ଆୟୁକ୍ତଙ୍କ ସହ ଆଲୋଚନା ବିଫଳ ହେବା ପରେ ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ଏହି ବନ୍ଦ୍ ଡାକରା ଦିଆଯାଇଛି । ବନ୍ଦ ଡାକରାକୁ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସରସ କନଫେଡେରେସନ ସମେତ ୯ଟି ସଂଗଠନ ସମର୍ଥନ ଜଣାଇଛନ୍ତି । ଅଧିକାଂଶ ସଂଗଠନ ଏହି ଧର୍ମଘଟକୁ ସମର୍ଥନ କରୁଥବାରୁ ବ୍ୟାଙ୍କ ସେବା ପ୍ରଭାବିତ ହେବ ବୋଲି କୁହାଯାଉଛି । ୨୦୧୭ରୁ ବେତନ ବୃଦ୍ଧି ଦାବି କରି ଆସୁଛନ୍ତି ବ୍ୟାଙ୍କ କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe