କନକ ବ୍ୟୁରୋ :ଆଜିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ । ସେପଟେ ନୂଆଦିଲ୍ଲୀରୁ ୧୪ ତାରିଖରେ ପ୍ରଥମ ଟ୍ରେନ ଭୁବନେଶ୍ୱର ଆସିବ । ଏହି ଟ୍ରେନ ବାଲେଶ୍ୱର, ଖଡଗପୁରର ହିଜିଳି, ଟାଟା, ବୋକାରୋ ଏବଂ କାନପୁରରେ ଅଟକିବ । ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମିଜିକ ଦୂରତା ମାନିବେ ।
ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି ତ ସେମାନେ ନିଜସ୍ୱ ସୁବିଧାରେ ରହିବେ । ଯେଉଁମାନେ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଂଜିକରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଂଜିକରଣ କରିନଥିବେ ଏହିଠାରେ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/22-5.jpg)