କନକ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନା(ଏସ୍ସିବି)ରେ ଖୁବ୍ଶୀଘ୍ର ଆରମ୍ଭ ହେବ କରୋନା ପରୀକ୍ଷା। ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଏହି ପରୀକ୍ଷା ପାଇଁ ଆବଶ୍ୟକ କିଟ୍ ଯୋଗାଣ ପାଇଁ ଏସସିବି କର୍ତ୍ତୃପକ୍ଷ ଆର୍ଏମ୍ଆର୍ସି ଭୁବନେଶ୍ୱରକୁ ଅନୁରୋଧ କରିବେ। ଏସ୍ସିବିରେ ସ୍ଵାବ ପରୀକ୍ଷା ପାଇଁ ଭିତ୍ତିଭୂମି ରହିଛି। କିନ୍ତୁ କିଟ୍ ମିଳିଲେ ଏହି ପରୀକ୍ଷା ଖୁବଶୀଘ୍ର ଆରମ୍ଭ କରାଯିବ।
ଅନ୍ୟପଟେ ସ୍ୱତନ୍ତ୍ର କରୋନା ଆଉଟ୍ଡୋର ଖୋଲିବ । ଏହି ଆଉଟ୍ଡୋର କେଉଁଠି ଖୋଲାଯିବ, ସେ ସମ୍ପର୍କରେ ଏସ୍ ସିବି କର୍ତ୍ତୃପକ୍ଷ ସୂଚନା ଦେଇ ନଥିବା ବେଳେ ତମ୍ବୁ ପକାଯାଇ ଏହି ଆଉଟଡୋର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ, ପଲମ୍ୟୁନାରି ମେଡ଼ିସିନ ବିଭାଗ ପାଖରେ ଖୋଲିବାକୁ ଥିବା ଏହି ସ୍ୱତନ୍ତ୍ର ଆଉଟଡୋରରେ ବେଡ୍ ବ୍ୟବସ୍ଥା ମଧ୍ୟ କରାଯାଉଥିବା ଏସ୍ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/SCB-Medical-college-and-Hospital.jpg)