କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଫୋନି ମୁକାବିଲା ଏକ ନୂଆ ଇତିହାସ ରଚିବା ଅପେକ୍ଷାରେ ରହିଛି । ଫୋନି ଆସନ୍ତାକାଲି ଅପରାହ୍ଣରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଂଚଳରୁ ଆଜି ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଶେଷ କରିବେ। ଏ ନେଇ ଗତକାଲି ଠାରୁ ବ୍ୟବସ୍ଥା ଆରମ୍ଭ ହୋଇଛି ଓ ଆଜି ବିଧିବଦ୍ଧ ସ୍ଥାନାନ୍ତର କରାଯିବ। ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଲ୍ୟବାନ ଓ ଏହାକୁ ବଞ୍ଚାଇବାକୁ ହେବ ବୋଲି କହିବା ପରେ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋରଦାର କରାଯାଇଛି।
/kanak/media/post_attachments/wp-content/uploads/2019/05/e0e1007fd5be288798383f952c884f46-3.jpg)
ତେବେ ଏକ ସମୟରେ ୮ ଲକ୍ଷ ଲୋକଙ୍କ ସ୍ଥାନାନ୍ତରଣ ଓଡିଶାର ସବୁଠୁ ବଡ ସ୍ଥାନାନ୍ତରଣ । ପୂବର୍ରୁ ହୁଡହୁଡ୍ ଓ ଫାଇଲିନ ବାତ୍ୟା ସମୟରେ ରାଜ୍ୟ ସରକାର ବଡ଼ ଧରଣର ସ୍ଥାନାନ୍ତରଣ କରିଥିଲେ। ବର୍ତ୍ତମାନ ଏହି ଅଭିଜ୍ଞତା ବଳରେ ଏହି ବିରାଟ ସ୍ଥାନାନ୍ତରଣ ସଫଳ ହେବ ବୋଲି ପ୍ରଶାସନ ଆଶାବାଦୀ। ବ୍ୟବସ୍ଥା ମୁତାବକ ମହିଳା ,ଶିଶୁ ଓ ଦିବ୍ୟାଙ୍ଗଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ ଓ ଏହାପରେ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ। ଅତୀତରେ ଓଡ଼ିଶାରେ ଏତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଏହାଛଡା ଆଜି ଠାରୁ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ବ୍ୟବସ୍ଥା ମଧ୍ୟ କରାଯାଇଛି।।
/kanak/media/post_attachments/wp-content/uploads/2019/04/1556561907235.jpg)
ସମୀକ୍ଷା ବୈଠକ ପରେ ନବୀନ କହିଛନ୍ତି, ବାତ୍ୟା ଫୋନିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସମସ୍ତଙ୍କ ଜୀବନ ଅମୂଲ୍ୟ, ତେଣୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୧୦୦ ପ୍ରତିଶତ ସ୍ଥାନାନ୍ତର ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ବିଦ୍ୟୁତ୍ ସେବା, ପାନୀୟ ଜଳ ସେବା ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।