ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ । ତିନି ରଥର ଦକ୍ଷିଣ ମୋଡ ପରେ ସିଂହଦ୍ୱାର ଚକଡାକୁ ଆସିବ ତିନି ରଥ ।

ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ । ତିନି ରଥର ଦକ୍ଷିଣ ମୋଡ ପରେ ସିଂହଦ୍ୱାର ଚକଡାକୁ ଆସିବ ତିନି ରଥ ।

କନକ ବ୍ୟୁରୋ: ରାତିପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା ।  ପୂର୍ବରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିଛନ୍ତି ସେବାୟତ । ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଲ ଲାଗି ହୋଇଛି । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ କରି ରଥଖଳାରୁ ସିଂହଦ୍ୱାର ଚକଡା ନିକଟକୁ ଟାଣି ଟାଣି ଆଣିବେ ସେବାୟତ । ଆଉ ତିନି ରଥ ସିଂହଦ୍ୱାର ଆଗରେ ସ୍ଥାନିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe