ସୁରଟରୁ ଓଡିଶା ଅଭିମୁଖେ ଆଜି ଆସୁଛି ଗୋଟିଏ ବସ୍ । ସୁରଟ ପ୍ରଶାସନର ଅନୁମତି ପତ୍ର ପାଇବା ପରେ ଆରମ୍ଭ ହେଲା ଯାତ୍ରା, ବସ୍ ରେ ଅଛନ୍ତି ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର ୫୬ ଯାତ୍ରୀ

491

କନକ ବ୍ୟୁରୋ : ପୁଣି ଓଡିଶା ଅଭିମୁଖେ ସୁରଟରୁ ବାହାରିଲା ଆଉ ଗୋଟିଏ ବସ୍ । ବୁଧବାର ରାତିରେ ଏହି ବସ୍ ସୁରଟରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏନେଇ ଆନୁଷ୍ଠାନିକ ଭାବେ ଅନୁମତି ଦେଇଛନ୍ତି ସୁରଟ ପ୍ରଶାସନ । ଏହି ବସ୍ ଟିରେ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର ୫୬ ଜଣ ଯାତ୍ରୀ ଅଛନ୍ତି । ସେହିପରି ଆଜି ସୁରଟରୁ ତିନିଟି ବସ ବାହାରିବ ।

ଗୋଟିଏ ବସ୍ ଗଂଜାମ , ଦୁଇଟି ଭଦ୍ରକ ଜିଲ୍ଲାର ତିହିଡି ଆସୁଥିବା ଜଣାପଡିଛି । ସୁରଟ ପ୍ରଶାସନର ଚିଠି ଅନୁସାରେ ଗଂଜାମ ଜିଲ୍ଲାର ଗୁଣଗୁଣପୁର ଗାଁ ବୋଲି ଉଲ୍ଲେଖ ରହିଛି । ସେହିପରି ଅନ୍ୟ ଦୁଇଟି ବସ୍ ତିହିଡି ଅନ୍ତର୍ଗତ ଶ୍ୟାମସୁନ୍ଦପୁର ଆସୁଛି । ଏହି ତିନିଟି ବସରେ ୧୭୧ ଜଣ ପ୍ରବାସୀ ଓଡିଆ ଆସୁଥିବା ସୂଚନା ମିଳିଛି ।