ସତ ହେଉଛି ସାଂସଦଙ୍କ ସ୍ୱପ୍ନ ! ଉଜ୍ଜୀବିତ ହେଲା ଫ୍ଲାଏ ଓଭରବ୍ରିଜ ଆଶା, ଆଉ ଦୁର୍ଘଟଣା ଦେଖିବନି ହଂସପାଳ ?

Advertisment
ସତ ହେଉଛି ସାଂସଦଙ୍କ ସ୍ୱପ୍ନ ! ଉଜ୍ଜୀବିତ ହେଲା ଫ୍ଲାଏ ଓଭରବ୍ରିଜ ଆଶା, ଆଉ ଦୁର୍ଘଟଣା ଦେଖିବନି ହଂସପାଳ ?

କନକ ବ୍ୟୁରୋ: ସାଂସଦଙ୍କ କଥା ରଖିଲେ କେନ୍ଦ୍ରମନ୍ତ୍ରୀ । ଆସନ୍ତା ୧୮ ମାସ ଅର୍ଥାତ୍ ୨୦୨୧ ଏପ୍ରିଲ୍ ସୁଦ୍ଧା ହଂସପାଳରେ ନିର୍ମାଣ ହେବ ଫ୍ଲାଏ ଓଭର । ହଂସପାଳରେ ଫ୍ଲାଏ ଓଭର ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଗତ ୨୬ ଜୁଲାଇରେ ଦାବି ଜଣାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହି ଫ୍ଲାଏ ଓଭର ନିର୍ମାଣ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

publive-imageଏଥିପାଇଁ କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ତରଫରୁ ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ତେବେ କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ଘଟଣାସ୍ଥଳକୁ ପରିଦର୍ଶନ କରି ଦେଖିଛନ୍ତି ଏନଏଚଏଆଇ କର୍ତ୍ତୁପକ୍ଷର ଏକ ଟିମ୍ । ସେପଟେ ସାଂସଦଙ୍କ ଏହି ପ୍ରୟାସକୁ ନେଇ ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

publive-imageଦୁର୍ଘଟଣା ପ୍ରବଣ ସ୍ଥାନ ତଥା ବ୍ଲାକସ୍ପଟ ହଂସପାଳ ଠାରେ ଫ୍ଲାଏ ଓଭର ତିଆରି ପାଇଁ କେନ୍ଦ୍ର ଗତ ଜୁଲାଇ ୨୬ ତାରିଖରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଥିଲେ ଭୁବନେଶ୍ୱର ସାଂସଦ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଜାତୀୟ ରାଜପଥ ଦେଇ ଯାଉଥିବା ହଂସପାଳ ଠାରେ ଫ୍ଲାଏ ଓଭର ତିଆରି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଅପରାଜିତା । ଦିନକୁ ଦିନ ରାଜ୍ୟରେ ବଢୁଥିବା ନିକଟରେ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ଜାତୀୟ ରାଜପଥରେ ଯାଉଥିବା ହଂସପାଳକୁ ବ୍ଲାକସ୍ପଟ୍ ଭାବେ ଚିହ୍ନ କରାଯାଇଥିଲା ।

publive-imageଗତ କିଛି ବର୍ଷ ହେବ ହଂସପାଳରେ ମାତ୍ରାଧିକ ଦୁର୍ଘଟଣା ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇ ଅବଗତ କରାଇଥିଲେ ଅପରାଜିତା ଯାହାକୁ ବିଚାର ବିମର୍ଶ କରି ଫ୍ଲାଏ ଓଭର ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ଅନ୍ୟପଟେ ଏହି ଫ୍ଲାଏ ଓଭର ବ୍ରିଜ୍ ହେଲେ ସମ୍ପୂର୍ଣ୍ଣ ଉତ୍ତର ଭୁବନେଶ୍ୱରବାସୀ ଏବଂ ଦୂରଦୁରାନ୍ତରୁ ଜାତୀୟ ରାଜପଥ ହଂସପାଳ ଦେଇ ଯାତାୟତ କରୁଥିବା ଗାଡ଼ି ଚାଳକମାନଙ୍କ ପାଇଁ ସହାୟକ ହେବ । ଏପରିକି ଏହାଦ୍ୱାରା ବଡ଼ ବଡ଼ ଦୁର୍ଘଟଣାକୁ ମଧ୍ୟ ଏଡ଼ାଇ ହୋଇପାରିବ ବୋଲି ସ୍ଥାନୀୟବାସିନ୍ଦା ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe