କନକ ବ୍ୟୁରୋ : ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତ୨ ଥିଓରି ପରୀକ୍ଷା। ଜାନୁଆରି ୧୫ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ତାରିଖଠାରୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହେବ। ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିନା ଜୋରିମାନାରେ ଫର୍ମ ପୂରଣ କରିବେ ଓ ୨୫ରୁ ଅକ୍ଟୋବର ୧ ମଧ୍ୟରେ ଫି’ ଦାଖଲ କରିପାରିବେ। ଅକ୍ଟୋବର ୧୪ରୁ ୧୮ ମଧ୍ୟରେ ୫୦ ଟଙ୍କା ଜରିମାନା ଦେଇ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ କରିବେ। ୧୫ରୁ ୧୯ ତାରିଖ ମଧ୍ୟରେ ଫି’ ଦାଖଲ କରି ହେବ।
/kanak/media/post_attachments/wp-content/uploads/2019/03/Matric-Exam.-JSR.High-School-2-300x164.jpg)
ସେହିପରି ଅକ୍ଟୋବର ୧୯ରୁ ୨୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ୩୫୦ ଟଙ୍କା ଜରିମାନାରେ ଫର୍ମ ପୂରଣ କରିବେ ଓ ୨୧ରୁ ୨୩ ତାରିଖ ମଧ୍ୟରେ ଫି’ ଦାଖଲ କରିପାରିବେ। ୨୦୧୫ରେ ନାମ ପଞ୍ଜୀକରଣ କରିଥିବା ଓ ୨୦୧୭ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ପୁରୁଣା ସିଲାବସ୍ ଅନୁଯାୟୀ ୨୦୨୦ ବାର୍ଷିକ ପରୀକ୍ଷା ଦେବେ। ତେବେ ୨୦୧୬ ଓ ୨୦୧୭ରେ ନାମ ପଞ୍ଜୀକରଣ କରି ଯଥାକ୍ରମେ ୨୦୧୮ ଓ ୨୦୧୯ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନୂତନ ସିଲାବସ୍ ଅନୁଯାୟୀ ପରୀକ୍ଷା ଦେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।