SOURCE : The Indian Express
କନକ ବ୍ୟୁରୋ : କୋହଲା ପାଗ ଆଉ ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହାପରେ ପାଗ ବଦଳିବ। ୨୨ ତାରିଖଠାରୁ ଦିନର ତାପମାତ୍ରା ଧୀରେ ଧୀରେ ବଢ଼ିବ। ତାତି ହେବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯିବ। ମାସ ଶେଷ ବେଳକୁ ମାଲକାନଗିରି ସମେତ ଭୁବନେଶ୍ବର ଓ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକର ତାପମାତ୍ରା ୪ରୁ ୫ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆକଳନ କରାଯାଇଛି ଯେ ୨୦ ଓ ୨୧ ତାରିଖରେ ଓଡ଼ିଶା ଉପରେ କାଳବୈଶାଖୀ ପ୍ରଭାବ ରହିବ।
୨୦ ତାରିଖରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ଲାଗି ରହିବ। ୨୧ ତାରିଖ ବେଳକୁ ଉତ୍ତର ଓଡ଼ିଶା ଯଥା ବାଲେଶ୍ବର, ମୟୂରଭଞ୍ଜ ସମେତ ଖୋର୍ଧା, କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ବହୁତ ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
Follow Us