୨୦୧୯ ଜୁଲାଇ ୧ରୁ ସମସ୍ତ କାରରେ ବାଧ୍ୟତାମୂଳକ ହେବ ଆର୍ଲଟ ସିଷ୍ଟମ ! ରହିବ ପାର୍କିଙ୍ଗ ସେନସର ଓ ଏୟାର ବ୍ୟାଗ୍

Advertisment
୨୦୧୯ ଜୁଲାଇ ୧ରୁ ସମସ୍ତ କାରରେ ବାଧ୍ୟତାମୂଳକ ହେବ ଆର୍ଲଟ ସିଷ୍ଟମ ! ରହିବ ପାର୍କିଙ୍ଗ ସେନସର ଓ ଏୟାର ବ୍ୟାଗ୍

Source: sakshi.com

କନକ ବ୍ୟୁରୋ: କାରରେ ବାଧ୍ୟତାମୂଳକ ହେବ ଆଲର୍ଟ ସିଷ୍ଟମ । ୨୦୧୯ ଜୁଲାଇ ମାସରୁ ସବୁ କାରରେ ଆଲର୍ଟ ସିଷ୍ଟମକୁ ବାଧ୍ୟତାମୂଳକ କରାଯିବ । ୨୦୧୯ ଜୁଲାଇ ୧ ତାରିଖ ପରେ ନିର୍ମିତ ହେବାକୁ ଥିବା ସବୁ କାରରେ ଏୟାରବ୍ୟାଗ୍, ସିଟ୍ ବେଲ୍ଟ ରିମାଇଣ୍ଡର, ସ୍ପିଡ୍ ଆଲର୍ଟ ସିଷ୍ଟମ, ରିଭର୍ସ ପାର୍କିଂ ଆଲର୍ଟ ଓ ସେଂଟ୍ରାଲ ଲକିଂ ସିଷ୍ଟମ ଭଳି ବ୍ୟବସ୍ଥା ରହିବା ଜରୁରୀ ।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପାଇଁ ସମୟସୀମାକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ । ସଡକ ଦୁର୍ଘଟଣାରେ ପ୍ରତିବର୍ଷ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ପଦଯାତ୍ରୀଙ୍କ ନିରାପତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି । ବର୍ତ୍ତମାନ କେବଳ ଲକଜରି କାର ଗୁଡିକରେ ଏହି ସବୁ ବ୍ୟବସ୍ଥା ରହିଥିବା ବେଳେ ଆଗକୁ ସବୁ କାରରେ ଏହି ବ୍ୟବସ୍ଥା ରହିବାକୁ ନିୟମ କଡାକଡି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe