କନକ ବ୍ୟୁରୋ : ଗୁରୁବାର ଠାରୁ ସଂସଦରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ସରକାର ୩୧ଟି ବିଲ ଉପରେ ଚର୍ଚ୍ଚା କରିପାରନ୍ତି । ଏହା ମଧ୍ୟରେ ସେସବୁ ବିଲ୍ ମଧ୍ୟ ସାମିଲ ଅଛି ଯାହା କି ପୂର୍ବରୁ ମଧ୍ୟ ସଂସଦରେ ଉପସ୍ଥାପନ ହୋଇସାରି ବିଚାର ପାଇଁ ସଂଯୁକ୍ତ କମିଟିକୁ ପଠାଯାଇଛି । ସମାଚାର ଏଜେନ୍ସି ଏଏନଆଇକୁ ମିଳିଥିବା ସୂଚୀ ମୁତାବକ ଚଳିତ ଅଧିବେଶନରେ ମୁଖ୍ୟତଃ ଦିଲ୍ଲୀ ସରକାରଙ୍କୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ ସମସ୍ତଙ୍କର ନଜର ରହିଛି । ସେହିଭଳି କେନ୍ଦ୍ର ସରକାର ସଂସଦରେ ଯେଉଁ ୩୧ ଟି ବିଧେୟକ ଉପସ୍ଥାପନ କରିବେ ବୋଲି ଆକଳନ କରାଯାଉଛି ସେହି ବିଲଗୁଡିକ ହେଲା

Advertisment
  • ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ (ଅଧ୍ୟାଦେଶ ବଦଳାଇବା ପାଇଁ)
  • ସିନେମାଟୋଗ୍ରାଫି(ସଂଶୋଧନ) ବିଲ, ୨୦୧୯
  • ଡିଏନଏ ଟେକ୍ନୋଲୋଜି (ବ୍ୟବହାର ଏବଂ ପ୍ରୟୋଗ) ନିୟନ୍ତ୍ରଣ ବିଲ ୨୦୧୯
  • ମଧ୍ୟସ୍ଥତା ବିଲ, ୨୦୨୧
  • ଜୈବିକ ବିବିଧତା (ସଂଶୋଧନ) ବିଲ, ୨୦୨୨
  • ବହୁରାଜ୍ୟ ସମବାୟ ସମିତି (ସଂଶୋଧନ) ବିଲ, ୨୦୨୨
  • ଉଚ୍ଛେଦ ଓ ସଂଶୋଧନ ବିଲ, ୨୦୨୨
  • ଜନ ବିଶ୍ୱାସ (ବ୍ୟବସ୍ଥା ସଂଶୋଧନ) ବିଲ ୨୦୨୩
  • ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ ୨୦୨୩
  • ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ତୃତୀୟ ସଂଶୋଧନ) ବିଲ, ୨୦୨୨
  • ଡାକସେବା ବିଲ୍,୨୦୨୩
  • ରାଷ୍ଟ୍ରୀୟ ସହକାରୀ ବିଶ୍ୱବିଦ୍ୟାଳୟ ବିଲ୍, ୨୦୨୩
  • ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶିଷ୍ଟ (ସଂଶୋଧନ) ବିଲ,୨୦୨୩
  • ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ, ୨୦୨୩
  • ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବ୍ୟାଙ୍କ ବିଲ, ୨୦୨୩
  • ଅସ୍ଥାୟୀ ଟିକସ ଆଦାୟ ବିଲ,୨୦୨୩
  • ଜାତୀୟ ଦନ୍ତ ଚିକିତ୍ସା ବିଲ,୨୦୨୩
  • ନ୍ୟାସନାଲ ନର୍ସିଂ ଆଣ୍ଡ ମିଡୱାଇଫରୀ କମିଶନ ବିଲ,୨୦୨୩
  • ଔଷଧ, ମେଡିକାଲ ଡିଭାଇସ୍ ଏବଂ ପ୍ରସାଧନ ବିଲ,୨୦୨୩
  • ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ)ବିଲ,୨୦୨୩
  • ଜମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ,୨୦୨୩
  • ସିନେମାଟୋଗ୍ରାଫି (ସଂଶୋଧନ)ବିଲ, ୨୦୨୩
  • ପ୍ରେସ୍ ଏବଂ ପିରିଅଡିଟକ ରେଜିଷ୍ଟ୍ରେସନ ବିଲ, ୨୦୨୩
  • ଓକିଲ (ସଂଶୋଧନ) ବିଲ,୨୦୨୩
  • ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍,୨୦୨୩
  • ରେଳବାଇ ସଂଶୋଧନ ବିଲ ୨୦୨୩
  • ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ବିଲ,୨୦୨୩
  • ସମ୍ବିଧାନ (ଜମ୍ମୁ ଓ କାଶ୍ମୀର) ଅନୁସୂଚିତ ଜାତି ଆଦେଶ (ସଂଶୋଧନ) ବିଲ ୨୦୨୩
  • ଜନଜାତି ଆଦେଶ (ସଂଶୋଧନ) ବିଲ, ୨୦୨୩