କନକ ବ୍ୟୁରୋ : ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା । ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାକୁ ବସିଲାଣି । ତେବେ ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୮ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳୁଆ ହେବ। ସକାଳ ୭ରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସକାଳ ୭ଟା ୩୦ରେ କୋର୍ଟ ବସିବେ ଓ ଦିନ ୧୦ଟାରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ବିରତି ରହିବ। ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ସକାଳ କୋର୍ଟ ବ୍ୟବସ୍ଥା ଜାରି ରହିବ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଓ ପୁରୀ ସଦରକୁ କିନ୍ତୁ ସକାଳ କୋର୍ଟ ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।