କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା ।

Advertisment
କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା ।

କନକ ବ୍ୟୁରୋ : କରୋନା ଟିକାକରଣକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ଏପ୍ରିଲ ୧ରୁ ଦେଶରେ ୪୫ବର୍ଷ ବୟସରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ଦିଆଯିବ କରୋନ ଟିକା। ଏ ନେଇ ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରିବାକୁ କହିଛନ୍ତି।

ବର୍ତ୍ତମାନ ୬୦ବର୍ଷରୁ ଉର୍ଦ୍ଧ୍ବ ଏବଂ ଏକାଧିକ ଗୁରୁତର ଶାରୀରିକ ସମସ୍ୟା ଥିବା ୪୫ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ଜାରି ରହିଛି । କିନ୍ତୁ ଏପ୍ରିଲ ୧ ପରଠାରୁ ଏହି ନିୟମ ରହିବ ନାହିଁ। ୪୫ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତି କରୋନା ଟିକା ନେବାକୁ ଯୋଗ୍ୟ ହେବେ। କରୋନା ଭାଇରସ୍ ଟାସ୍କଫୋର୍ସ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ କେନ୍ଦ୍ର କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର।

କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ୪.୮୫ କୋଟି ଲୋକ ଏବେ କୋଭିଡ ଟିକାର ପ୍ରଥମ ଡୋଜ ନେଇ ସାରିଥିବା ବେଳେ ୮୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇସାରିଛନ୍ତି। ଯଥେଷ୍ଟ ପରିମାଣରେ କରୋନା ଟିକା ମହଜୁଦ ରହିଛି। ଲୋକେ ଅଚିନ୍ତାରେ ଟିକାକରଣ ପାଇଁ ପଞ୍ଜୀକରଣ କରନ୍ତୁ।

କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ଦ୍ୱାରା ସଂକ୍ରମଣକୁ କମ କରାଯାଇ ପାରିବାର ଲକ୍ଷ୍ୟ ରଖି ୪୫ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବଭଳି ଯେଉଁମାନେ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ହେଲେ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେଲେ ୨୫୦ ଟଙ୍କା ଦେଇ ଟିକା ନେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe