କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଘୋଷଣା: ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନ ସଂପୂର୍ଣ୍ଣ ସଟଡାଉନ; ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସଟଡାଉନ

Advertisment
କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଘୋଷଣା: ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନ ସଂପୂର୍ଣ୍ଣ ସଟଡାଉନ; ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସଟଡାଉନ

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଘୋଷଣା । ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନକୁ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ କରୋନାକୁ ପ୍ରତିହତ କରିବା ପାଇଁ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନକୁ ସଂପୂର୍ଣ୍ଣ ରୂପେ ତାଲାବନ୍ଦ  ନେଇ ସୂଚନା ଦେଇଛନ୍ତି  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଆସନ୍ତା ୪୮ ଘଂଟା ପାଇଁ ରାଜ୍ୟର ଭୁବନେଶ୍ୱର ଏବଂ କେବଳ ଭଦ୍ରକ ଟାଉନକୁ ସଂପୂର୍ଣ୍ଣ ରୂପେ ସଟଡାଉନ କରାଯିବ । ଆଜି ସଂଧ୍ୟା ୮ଟାରୁ ରହିବାର ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରଦ ଟାଉନକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯିବ । ଆଉ ପୂର୍ବରୁ ଯେଉଁ ସବୁ ପାସ୍ ଜାରି କରାଯାଇଥିଲା ସେସବୁକୁ ରଦ୍ଦ କରିଦିଆଯିବ । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ପଂଚମ କରୋନା ଆକ୍ରାନ୍ତଙ୍କ ଲକ୍ଷଣକୁ ନେଇ ସରକାରଙ୍କ ତରଫରୁ  ଏହି କଟକଣା ଜାରି କରାଯାଇଛି ।

ସେହିପରି ଯେଉଁ ଲୋକମାନେ ସଟଡାଉନ ଅର୍ଡର ପାଳନ କରିବେ ନାହିଁ କିମ୍ବା ଘର ବାହାରେ ବୁଲିବେ ସେମାନଙ୍କୁ ଘରୁ ନେଇ ୧୪ ଦିନ ଯାଏଁ ସରକାରଙ୍କ ଦ୍ୱାରା ପରିଚାଳିତ କ୍ୱାରେଂଟାଇରେ ରଖାଯିବା ସହ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ନିଜ ଏବଂ ନିଜ ପରିବାରର ସୁରକ୍ଷା ପାଇଁ ଏହି ସଟଡାଉନ କଟକଣାକୁ ପୂର୍ଣ୍ଣ ସମର୍ଥନ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe