ଶ୍ରାବଣରେ ଉଭେଇଗଲା ବର୍ଷା: ଜଳାଭାବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗଜା ମରୁଡି ଆଶଙ୍କା; ସେପଟେ ବର୍ଷା ପାଇଁ ବରଗଡ ପଦ୍ମପୁରରେ ହେଲା ବେଙ୍ଗ ବିବାହ

246

କନକ ବ୍ୟୁରୋ: ଶ୍ରାବଣରେ ବର୍ଷା ନାହିଁ । ଉଭେଇ ଯାଇଛି ବର୍ଷା । ଜଳାଭାବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗଜା ମରୁଡି ଆଶଙ୍କା ଦେଖାଦେଲାଣି । ପାଣି ଅଭାବରୁ ଜଳି ଗଲାଣି ଧାନ ତଳି । ଏପରି ସମୟରେ ବର୍ଷା ପାଇଁ ବରଗଡ ପଦ୍ମପୁରରେ ହୋଇଛି ବେଙ୍ଗ ବିବାହ । ବର୍ଷା ହେବା ଆଶା ନେଇ ଝାରବନ୍ଧ ବ୍ଲକ ନିତ୍ୟାନନ୍ଦପୁର ଗାଁରେ ବଂଜାରା ସମାଜର ମହିଳାମାନେ ବେଙ୍ଗ ବାହାଘର ଆୟୋଜନ କରିଛନ୍ତି ।

ଗାଁରେ ଥିବା ମନ୍ଦିରରେ ଆୟୋଜନ ହୋଇଛି ପୂଜା ଓ ବାହାଘର । ବେଙ୍ଗ ବାହାଘର ସମୟର ହଳଦୀ ଖେଳ ଠାରୁ ଆରମ୍ଭ କରି ପାରମ୍ପରିକ ନୃତ୍ୟ ଆୟୋଜନ କରିଛନ୍ତି ଲୋକେ । ବର୍ଷା ହେବା ପାଇଁ ଏହି ସଂପ୍ରଦାୟର ଲୋକେ ବେଙ୍ଗ ବାହାଘର କରିଥାନ୍ତି । ଲୋକଙ୍କ ବିଶ୍ୱାସ ରହିଛି ଏପରି ବାହାଘର କଲେ ଭଗବାନ ଖୁସି ହୋଇ ବର୍ଷା ହୋଇଥାଏ । ଭଲ ଚାଷ ଆଶାରେ ବର୍ଷା ପାଇଁ ବାଂଜାରା ସଂପ୍ରଦାୟର ଲୋକେ ଏପରି ବାହାଘର ଆୟୋଜନ କରିଛନ୍ତି ।