ସୁପରମାର୍କେଟରେ ପରିବା କିଣିବାକୁ ଯାଇଥିବା ଜଣେ ମହିଳାଙ୍କ ସହ ଏକ ଅଜବ ଘଟଣା ଘଟିଛି । ତେବେ ଏହି ଘଟଣାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖାଯାଇଛି ଯେ, ମହିଳାଜଣଙ୍କ ସୁପରମାର୍କେଟରେ ପତ୍ରଥିବା କିଛି ପରିବା କିଣୁଛନ୍ତି । ଏବଂ ଏଥିମଧ୍ୟରେ ପରିବା କିଣିବା ବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ପରିବା କିଣିବା ବେଳେ ଏକ ବେଙ୍ଗ ପରିବା ମଧ୍ୟରୁ ବାହାରି ପଦାକୁ ଆସିଥିଲା । ତେବେ ଏହି ଭିଡିଓଟି ବ୍ରିଟେନର କୋର୍ନବଲ ସହରର ଅଟେ । ଏହି ଭିଡିଓରେ ଦେଖାଯାଉଥିବା ମହିଳାଜଣଙ୍କ କହିଛନ୍ତି ଯେ, ଏହି ଘଟଣା ଅଲଡି ସୁପରମାର୍କେଟରେ ହୋଇଥିଲା । ମହିଳାଙ୍କ ନାମ ହେଉଛି ସିବାଗନ୍ ଟୋଲପୁଟ୍ । ମହିଳାଜଣଙ୍କ କହିଛନ୍ତି ଯେ, ସେମାନେ ବେଙ୍ଗଟିକୁ ସେଠାରୁ ଉଦ୍ଧାର କରି ପାଖରେ ଥିବା ଏକ ନାଳରେ ଛାଡିଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/frog.jpg)
/kanak/media/post_attachments/wp-content/uploads/2018/07/5804247165001-300x169.jpg)