କନକ ବ୍ୟୁରୋ: ବିଚ ରାସ୍ତାରେ ମହିଳାଙ୍କୁ ର୍ଦୁବ୍ୟବାହର ଅଭିଯୋଗ । ସୋସିଆଲ ମିଡିଆରେ ବନ୍ଧୁତା ଏବଂ ପରେ ଟଙ୍କା ଧାର ନେବାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ବିଚ ବଜାରରେ ର୍ଦୁବ୍ୟବହାର କରାଯାଇଥିବା ଏକ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅର୍ନ୍ତଗତ ବେଗୁନିଆପଡାର । ଏହି ଭିଡିଓ ଟିକୁ ସମ୍ପୃକ୍ତ ମହିଳା ତାଙ୍କ ସୋସିଆଲ ମିଡିଆରେ ଲାଇଭ କରିଛନ୍ତି ।
ଏହି ମହିଳା ଜଣକ ହେଉଛନ୍ତି ବେଗୁନିଆପଡା ଦେଉଳିଆପଲ୍ଲୀ ଗ୍ରାମର । ତେବେ ଏହି ମହିଳାଙ୍କ ପାଖ ଗାଁ ଓଡନଇର ଯୁବକ ରଞ୍ଜିତ ରାଉତଙ୍କ ସହ ଫେସବୁକ ରେ ବନ୍ଧୁତା ହୋଇଥିଲା । ତାପରେ ଦୁଇ ଜଣକ ମଧ୍ୟରେ ସମ୍ପର୍କ ବଢିବା ପରେ ଉକ୍ତ ମହିଳା ଜଣକ ରଞ୍ଜିତ ଠାରୁ ସୁବିଧା ଅସୁବିଧାରେ ଟଙ୍କା ମାଗିଥିଲେ । ତେବେ ଟଙ୍କା ନେବାର କିଛ ଦିନ ପରେ ସମିତା ଆଉ ରଞ୍ଜିତଙ୍କ ସହ ଆଗ ଭଳି କଥା ହୋଇ ନଥିଲେ । ଯାହା ଫଳରେ ରଂଜିତ ରାଗିଯାଇ ତାଙ୍କୁ ଦେଇଥିବା ଟଙ୍କା ମାଗିଥିଲେ ।
ତେବେ ଉକ୍ତ ମହିଳା କିଛି ଟଙ୍କା ଫେରାଇଥିବା ବେଳେ ରଂଜିତ ଆହୁରି ଟଙ୍କା ବାକି ଆଛି କହି ବିଭିନ୍ନ ସମୟରେ ସମିତାଙ୍କୁ ଫୋନ କରିବା ସହ ସମିତାଙ୍କ ଫୋଟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏବଂ ପଇସା ନଫେରାଇଲେ ତାଙ୍କ ଅଶ୍ଲିଲ ଭିଡଓ କରି ସୋସିଆଲ ମିଡିଆରେ ଛାଡିବେ ଓ ସମିତା ଙ୍କ ଭାଇଙ୍କୁ ମାରିଦେବେ ବୋଲି ଧମକ ଦେଇଥିବା ସମିତା କହିଛନ୍ତି । ତେବେ ଗତ କାଲି ବିଚ ରାସ୍ତା ଉପରେ ବଚସା ହେବା ପରେ ସମିତା ବର୍ତମାନ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ତେବେ ସୋସିଆଲ ମିଡିଆରେ ତାଙ୍କ ଫୋଟକୁ ପୋଷ୍ଟ କରି ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଉଥିବାରୁ ରଂଜିତଙ୍କ ବିରୋଧରେ ଦୃଢ କର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।