ମନୁଷ୍ୟଙ୍କ ଠାରୁ ମହାନ୍ ବାଘଙ୍କ ବନ୍ଧୁତ୍ୱ ! ୭ ବର୍ଷ ହେବ ଏକାଠି ରହୁଛନ୍ତି କିଶନ ଓ ଗଙ୍ଗା ।

Advertisment
ମନୁଷ୍ୟଙ୍କ ଠାରୁ ମହାନ୍ ବାଘଙ୍କ ବନ୍ଧୁତ୍ୱ ! ୭ ବର୍ଷ ହେବ ଏକାଠି ରହୁଛନ୍ତି କିଶନ ଓ ଗଙ୍ଗା ।

ମନୁଷ୍ୟଙ୍କ ବନ୍ଧୁତ୍ୱର ଉଦାହରଣ କେହି ବି ବର୍ଣ୍ଣନା କରିପାରିବେ କିନ୍ତୁ ଧଳା ବାଘଙ୍କ ୭ ବର୍ଷର ବନ୍ଧୁତ୍ୱ ହେଉଛି ବିରଳ। ଏମିତି ଦୃଶ୍ୟ ପଡୋଶୀ ଛତିଶଗଡ଼ର ଇସ୍ପାତ ସହର ‘ଭିଲାଇ’ର ମୈତ୍ରୀବାଗ୍ ଦେଖିବାକୁ ମିଳିଛି। ଧଳା ବାଘ ‘କିଶନ’ ଓ ଗଙ୍ଗା ‘ଧଳା ବାଘୁଣୀ’ ୭ ବର୍ଷ ହେବ ଏକାଠି ରହି ପ୍ରାଣୀ ଉଦ୍ୟାନ କର୍ମଚାରୀ ତଥା ଏଠାକୁ ଆସୁଥିବା ଦର୍ଶକଙ୍କୁ ବନ୍ଧୁତ୍ୱର ପ୍ରେରଣା ବାଣ୍ଟୁଛନ୍ତି।

ଜାତୀୟ ଗଣମାଧ୍ୟମକୁ ପ୍ରାଣୀ ଉଦ୍ୟାନର ଜଣେ କର୍ମଚାରୀ କହିଛନ୍ତି ଗଙ୍ଗା ଓ କିଶନ ୭ ବର୍ଷ ହେବ ଏକାଠି ରହି ଆସୁଛନ୍ତି। ଏହାରି ଭିତରେ ଉଭୟଙ୍କ ମଧ୍ୟରେ କଳି ହୋଇ ନାହିଁ ଅର୍ଥାତ ଜଣେ ଅନ୍ୟ ଉପରେ ଆକ୍ରମଣ କରି ନାହିଁ। ପିଲା ଜନ୍ମ କରିବା ପରେ ମଧ୍ୟ କିଶନ ଓ ଗଙ୍ଗାକୁ ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଛି । ଏହା ପରେ ମଧ୍ୟ ଜଣେ ଅନ୍ୟକୁ ଦେଖାଦେଖି କରନ୍ତି। କାରଣ ଉଭୟଙ୍କୁ ନିକଟରେ ୨ଟି ଏନକ୍ଲୋଜରରେ ରଖାଯାଇଛି। କର୍ମଚାରୀମାନେ ଏମାନଙ୍କର ବନ୍ଧୁତ୍ୱ ଦେଖି ଆଶ୍ଚର୍ୟ୍ୟ ହୋଇ ଯାଆନ୍ତି।

ଅଲଗା ପିଞ୍ଜରାରେ ରଖାଗଲା

ସୂଚନାଯୋଗ୍ୟ ବାଘୁଣୀ ପିଲା ଜନ୍ମ ଦେବା ପରେ ବାଘ ଠାରୁ ଅଲଗା ରହିବାକୁ ଭଲ ପାଏ ଏହା ପରେ ବାଘୁଣୀକୁ ବାଘ ଆକ୍ରମଣ କରିଥାଏ। ଫଲରେ ବାଘ-ବାଘୁଣୀକୁ ଅଲଗା ପିଞ୍ଜରାରେ ରଖାଯାଇଥାଏ। କିନ୍ତୁ ପିଲା ଜନ୍ମ କରିବା ପରେ ମଧ୍ୟ ଗଙ୍ଗା ଓ କିଶନ ଏକାଠି ରହୁଛନ୍ତି ଓ ସେମାନେ ବାଘ ଶାବକଙ୍କ ସହିତ କୌତୁକ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe