ପୁଅ ମୃତ୍ୟୁ ପରେ ବରିଷ୍ଠ ସମ୍ବାଦିକ ନବୀନ ଦାସଙ୍କ ପ୍ରତିକ୍ରିୟା: ‘ସାଙ୍ଗ ମାନେ ମୋ ପୁଅକୁ ହତ୍ୟା କରିଛନ୍ତି’

Advertisment
ପୁଅ ମୃତ୍ୟୁ ପରେ ବରିଷ୍ଠ ସମ୍ବାଦିକ ନବୀନ ଦାସଙ୍କ ପ୍ରତିକ୍ରିୟା: ‘ସାଙ୍ଗ ମାନେ ମୋ ପୁଅକୁ ହତ୍ୟା କରିଛନ୍ତି’

କନକ ବ୍ୟୁରୋ: ପୁଅ ଅନୁରାଗର ମୃତ୍ୟୁ ନେଇ ବରିଷ୍ଠ ସମ୍ବାଦିକ ନବୀନ ଦାସ ପ୍ରତିକ୍ରିୟା ରଖିଛନ୍ତି । ‘ନିର୍ଭୟ ଗୁମର’ କଥାରେ ମୃତ୍ୟୁର କାରଣ ଲେଖିଲେ ନବୀନ ଦାସ । କହିଲେ, ଭୋଜି କରିବାକୁ ଡାକିନେଇ ସାଙ୍ଗମାନେ ମୋ ପୁଅକୁ ହତ୍ୟା କରିଛନ୍ତି । ପୋଲିସ କମିଶନର ଦୋଷୀକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ । ଭୋର ୪ଟା ୧୧ମିନିଟରେ ପୁଅଠାରୁ ଶେଷ ଫୋନ କଲ ପାଇଥିଲି । ଆଜି ଖୁସି ପରିବର୍ତ୍ତେ ଆପଣଙ୍କ ସହ ଦୁଃଖ ବାଣ୍ଟୁଛି ।

ଗତ କାଲି ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ପୁଅ ମଧ୍ୟ ବାପାଙ୍କ ନିର୍ଭୟ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ । ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା ।

ମୃତ୍ୟୁ ପୂର୍ବ ରାତିରେ ମନିଷଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ଦେଇଥିଲେ ନବୀନ ଦାସ । କିଛି ଲୋକ ତାଙ୍କୁ ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଞ୍ଚଳରୁ ଅପହରଣ କରିଥିଲେ ବୋଲି ନବୀନ ଦାସ ଅଭିଯୋଗ କରିଥିଲେ । ଏହାପରେ ଗତକାଲି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe