ସାଙ୍ଗର ଶେଷ ସତ୍କାର ପାଇଁ ଏକାଠି ହେଇଛନ୍ତି ସାଙ୍ଗ । ଫୁଲରେ ସଜାଇ ଦେଉଛନ୍ତି ମଶାଣୀ । ସହିଦ ପୁଅକୁ ଶେଷ ବିଦାୟ ଦେବ କେନ୍ଦୁଢିପ ଗାଁ ।
କନକ ବ୍ୟୁରୋ: ଦିନେ ଯେଉଁ ସାଙ୍ଗକୁ ଫୁଲ ତୋଡା ଦେଇ ଗାଁକୁ ସ୍ୱାଗତ କରୁଥିଲେ, ଏବେ ସେଇ ସାଙ୍ଗ ପାଇଁ ମଶାଣୀ ଭୁଇଁରେ ସଜାଉଛନ୍ତି ଫୁଲ । ସାଙ୍ଗର ଶେଷ ସତ୍କାର ପାଇଁ ସାଙ୍ଗମାନେ ଏକାଠି ହେଇଛନ୍ତି । ଆଉ କେନ୍ଦୁଢିପ ଗାଁର ମଶାଣୀକୁ ଆଜି ଫୁଲରେ ସଜାଉଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସିକ୍କିମରେ ଓଡିଆ ଯବାନ ସରୋଜ ଦାସ ସହିଦ ହେବା ପରେ ଆଜି ତାଙ୍କ ପାର୍ଥିବ ଶରୀର ଆସି ଜନ୍ମମାଟିରେ ପହଞ୍ଚିଛି । ଭୁବନେଶ୍ୱରରେ ସରୋଜଙ୍କ ପାର୍ଥିବ ଶରୀର ପବଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପହଞ୍ଚି ସହଦିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ପରେ ସେନାର ସ୍ୱତନ୍ତ୍ର ଗାଡିରେ ସହିଦ ଯବାନଙ୍କ ମରଶରୀରକୁ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ ସ୍ଥିତ ତାଙ୍କ ଗାଁକୁ ନିଆଯାଇଛି । ଯେଉଁଠି ଗାଁ ମଶାଣୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ସୂଚନାଯୋଗ୍ୟ ଯେ, ସିକ୍କିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିଲେ ୨୨ ଜଣ ଯବାନ । ଏମାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ସରୋଜ ଦାସ । ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ଗୁୁରୁବାର ଦିନ ବଡ଼ଭାଇଙ୍କ ମୋବାଇଲ୍କୁ ଉଦ୍ଧାର ୫ ଯବାନଙ୍କ ମୃତଦେହର ଫଟୋ ଆସିଥିଲା । ସେଥିରୁ ଭାଇ ମନୋଜ ସରୋଜଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ ଫେବ୍ରୁଆରୀ ମାସରେ ବିବାହ କରିଥିଲେ ସରୋଜ ।