ଆଜି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ : ଜାତୀୟ କ୍ରୀଡା ଦିବସରେ କଳିଙ୍ଗ ଷ୍ଟାଡିୟମରେ ହେଲା ବନ୍ଧୁତାପୂର୍ଣ୍ଣ ମ୍ୟାଚ୍

48

କନକ ବ୍ୟୁରୋ: ଆଜି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଟାଟା ନାଭାଲ ଏକାଡେମୀ ପକ୍ଷରୁ ଏହି ମ୍ୟାଚ୍ ଆୟୋଜନ କରାଯାଇଥିଲା । ଏହି ଅବସରରେ ପୂର୍ବତନ ହକି ତାରକା ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଏହି ମ୍ୟାଚକୁ ଆରମ୍ଭ କରିଥିଲେ । ଦୁଇ ପୂର୍ବତନ ହକି ତାରକା ସୁନିତା ଲାକ୍ରା, ରୋଶନ ମିଞ୍ଜ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଦ୍ୱାରା ଏକ ମ୍ୟୁଜିକ୍ ଅଡିଓ ରିଲିଜ୍ କରାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳ ଇତିହାସ ରଚିବା ପରେ ଦେଶରେ ହକିର କ୍ରେଜ୍ ବଢିବାରେ ଲାଗିଛି ।