ସାଙ୍ଗ ଖେଳିଲା ରକ୍ତର ହୋଲି । ଯୁକ୍ତିତର୍କରୁ ସାଙ୍ଗର ଛୁରା ମାଡରେ ଗଲା ସାଙ୍ଗ ଜୀବନ ।

198

କନକ ବ୍ୟୁରୋ: ସାଙ୍ଗର ଛୁରା ମାଡ଼ରେ ସାଙ୍ଗର ମୃତ୍ୟୁ । ଏଭଳି ଏକ ଅଭବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଳା ଗୋବିନ୍ଦପୁର ଥାନା କେଛୁପାଣି ଗାଁରେ । କୌଣସି କାରଣରୁ ସାଙ୍ଗଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ପରେ ବଚସାରୁ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ତୀବ୍ର ହେବାରୁ ଛୁରାମାଡ଼ ହୋଇଥିଲା । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଗୁୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଗୋବିନ୍ଦପୁର ଓ ପରେ ସୁନ୍ଦରଗଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ସୁନ୍ଦରଗଡ଼ ହସ୍ପିଟାଲରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି ।

ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ହୋଲି ଖେଳ ପରେ କେଛୁପାଣି ଗାଁର ଚିନ୍ମୟ ହାତୀ ଓ ଦୀପକ ସୁନାନୀଙ୍କ ସହ ପ୍ରମୋଦ ମହାନନ୍ଦଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଦୁଇ ଯୁବ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ଛୁରାମାଡ଼ରେ ଚିନ୍ମୟ ହାତୀ ଓ ଦୀପକ ସୁନାନୀ ଗୁରୁତର ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଚିନ୍ମୟ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।