କନକ ବ୍ୟୁରୋ : ସାଙ୍ଗ ଠାରୁ ସାଙ୍ଗକୁ ଛଡେଇ ନେଲା ବାହାନଗା ରେଳ ଦୁର୍ଘଟଣା । ରୋଜଗାର କରିବା ଆଶାରେ ବିହାର ବାଙ୍କେ ଜିଲ୍ଲାର ଦୁଇ ସାଙ୍ଗ ଘରୁ ଲୁଚିକି ଚେନ୍ନାଇ ବାହାରିଥିଲେ । ଭାବିଥିଲେ କାମ କରି ଟଙ୍କା ରୋଜଗାର କରିବେ ଆଉ ସାଙ୍ଗ ହୋଇ ପାଠ ପଢିବେ । ହେଲେ କରମଣ୍ଡଳ ଟ୍ରେନ ଦୁର୍ଘଟଣା ସବୁ କିଛି ଓଲପାଲଟ କରିଦେଲା ।
ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ପରେ ଟିକେ ସୁସ୍ଥ ହେବାରୁ ବିଭିନ୍ନ ମେଡିକାଲ ବୁଲି ଏବେ ଏମ୍ସ ଆସି ନିଜ ସାଙ୍ଗକୁ ଖୋଜୁଛନ୍ତି ବିହାରର ହିମାଂଶୁ ମିଶ୍ରା । ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଅଚେତ ହୋଇଯିବା ପରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ହେବାରୁ ପ୍ରଥମେ ସାଙ୍ଗକୁ ଖୋଜିଥିଲେ । ହେଲେ ବାଲେଶ୍ୱର ମେଡିକାଲରେ ସାଙ୍ଗକୁ ନପାଇ ବ୍ୟସ୍ତ ହୋଇପଡିଛନ୍ତି ହିମାଂଶୁ ମିଶ୍ରା । ସାଙ୍ଗକୁ ଖୋଜି ଖୋଜି ଏ ହସ୍ପିଟାଲ ସେ ହସ୍ପିଟାଲକୁ ଘୁରି ବୁଲୁଛନ୍ତି ।
ଗୋଟିଏ ପଟେ ଟ୍ରେନ ଦୁର୍ଘଟଣା ଓ ଅନ୍ୟପଟେ ସାଙ୍ଗ ମିଳୁନଥିବାରୁ କାଳେ କିଛି ଅଘଟଣ ଘଟିଯାଇଥିବା ଆଶଙ୍କା କରି ମାନସିକ ସ୍ତରରେ ଅସୁସ୍ଥ ହୋଇପଡିଛନ୍ତି । ଏବେ ସଂପୃକ୍ତ ଯୁବକଙ୍କ ଠାରୁ ମିଳିଥିବା ପରିଚୟ ଆଧାରରେ ପରିବାର ଲୋକଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଛି ଖଡଗପୁର ଜିଆରପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Screen-Shot-2023-06-08-at-7.30.34-AM.jpg)