ମିଳିଲାନି ନ୍ୟାୟ: ଆତ୍ମାହୁତି ଦେଇଥିବା ପୀଡିତାଙ୍କ ବନ୍ଧୁ ମୃତ, ପୀଡିତା ଗୁରୁତର, ବିଏସପି ସାଂସଦଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ
କନକ ବ୍ୟୁରୋ: ସୁପ୍ରିମ କୋର୍ଟ ଆଗରେ ଦୁଷ୍କର୍ମ ପୀଡିତାଙ୍କ ସହ ଆତ୍ମାହୁତି ଦେଇଥିବା ପୁରୁଷ ବନ୍ଧୁଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ଘୋଷିର ସାଂସଦ ଅତୁଲ ରାୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡିତା ଓ ତାଙ୍କ ବନ୍ଧୁ ଆଜି ସୁପ୍ରିମକୋର୍ଟ ଆଗରେ କିରୋସିନ ଢାଳି ଆତ୍ମାହୁତି ଦେଇଥିଲେ । ଆତ୍ମାହୁତି ପୂର୍ବରୁ ଏହାର ଫେସବୁକ୍ ଲାଇଭ ମଧ୍ୟ କରିଥିଲେ । ସୂଚନା ମୁତବକ , ଉତ୍ତରପ୍ରଦେଶର ଘୋଷି ସାଂସଦ ଅତୁଲ ରାୟଙ୍କ ସମେତ କିଛି ନେତା ଓ ପୋଲିସ ଅଧିକାରୀଙ୍କ ବିରୋଧରେ ଏମାନେ ଅଭିଯୋଗ କରିଥିଲେ । ହେଲେ , ଏ ନେଇ କିଛି ଶୁଣାଣି ନହେବାରୁ ଦୁଇଜଣ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୃତ ବନ୍ଧୁ ଏହି ଘଟଣାର ସାକ୍ଷୀ ଥିଲେ । କହି ରଖୁଁ କି, ଅତୁଲ ରାୟ ଉତ୍ତରପ୍ରଦେଶ ମଊ ଜିଲ୍ଲା ଘୋଷି ଲୋକସଭା ଆସନରୁ ସାଂସଦ ଅଟନ୍ତି । ୨୦୦୯ରେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ହୋଇଥିଲା । ସେହି ବର୍ଷ ସେ ସାଂସଦ ଭାବେ ବିଜୟୀ ହୋଇଥିଲେ । ଦୁଷ୍କର୍ମ ମାମଲାରେ ସେ ଜେଲରେ ଥିବାବେଳେ ଶପଥପାଠ ପାଇଁ ତାଙ୍କୁ ଦୁଇ ଦିନର ପ୍ୟାରୋଲ ମିଳିଥିଲା । ସେ ଦିନଠୁ ଏହି ମାମଲର କୌଣସି ଶୁଣାଣି ହୋଇନଥିବା ପୀଡିତାଙ୍କ ଓ ତାଙ୍କ ବନ୍ଧୁ ଅଭିଯୋଗ କରିଥିଲେ ।