କନକ ବ୍ୟୁରୋ: ବନ୍ଧୁ ସାଜିଲା ବଇରୀ। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ କଇଁଚିରେ ଭୁଷି ବନ୍ଧୁକୁ ମାରିଦେଲା ବନ୍ଧୁ। ଅନୁଗୁଳ ଜିଲ୍ଲା ବଅଁର ପାଳ ଥାନା କଲେଜ ନିକଟରେ ଥିବା ଟେଲରରେ ହତ୍ୟାକାଣ୍ଡ ଘଟିଛି।
ସହକର୍ମୀ ଅନ୍ୟ ଜଣେ ସହକର୍ମୀକୁ ଅତି ନିର୍ମମ ଭାବେ ପେଟ, ପିଠି ଓ ଛାତିକୁ ବାରମ୍ବାର ଆକ୍ରମଣ କରି ହତ୍ୟା କରିଛି। ଯାହା ଫଳରେ ମଧୁସୂଦନଙ୍କ ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତି ଜଣଙ୍କ ଯାଜପୁରରୋଡ ଅଞ୍ଚଳର ମଧୁସୁଦନ ନାୟକ। ସେ କିଛି ବର୍ଷ ହେଲା ଟେଲରେ କାମ କରୁଥିଲେ। ପୁଲିସ ତାଙ୍କ ପରିବାରକୁ ଏସମ୍ପର୍କ ସୂଚନା ଦେବା ସହ ଶବ ବ୍ୟବଚ୍ଛେଦ ପାଇଁ ପାଇଛି। ସାମାନ୍ୟ ବଚସାରୁ ଏଭଳି ହତ୍ୟା ହୋଇଥିବା କୁହାଯାଉଛି। କିନ୍ତ ଏହାର କାରଣ ଏବେବି ସନ୍ଦେହରେ ଅଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/5-27.jpg)