ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ‘ବେଫିକ୍ରେ’

ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ‘ବେଫିକ୍ରେ’

‘ଦିଲ୍‌ଓ୍ଵାଲେ ଦୁଲହନିଆ ଲେ ଜାଏଙ୍ଗେ’, ‘ମୋହବତେଁ’ ଏବଂ ‘ରବ୍‌ ନେ ବନା ଦି ଯୋଡ଼ି’ ପରି ହିଟ୍‌ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଚତୁର୍ଥ ହିନ୍ଦୀ ଫିଲ୍ମ ‘ବେଫିକ୍ରେ’ ଆଜି ପରଦାକୁ ଆସିଛି । ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି। ବିଶାଳ ଶେଖର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ।

ଅତୀତରେ ଶାହାରୁଖ୍ ଏବଂ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କର ଯୋଡିକୁ ବଲିଉଡର ବେଷ୍ଟ ଯୋଡି ଭାବରେ ନିଆଯାଉଥିଲା । କିନ୍ତୁ ଏଥର ଏଥିରରେ ବ୍ୟତିକ୍ରମ ଘଟିଛି, ଆଦିତ୍ୟ ଚୋପ୍ରା ଏଥର ତାଙ୍କର ଫିଲ୍ମରେ ରଣବୀର ସିଂହଙ୍କୁ ନାୟକ ଭାବରେ ନେଇଛନ୍ତି, ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ବାଣୀ କପୁର । ଏହା ରଣବୀର-ବାଣୀଙ୍କ ଯୋଡିର ପ୍ରଥମ ହିନ୍ଦୀ ସିନେମା ।

ଅତୀତରେ କେବଳ ଶାହାରୁଖ୍‌ ଖାନ୍‌ଙ୍କୁ ହିରୋ ଭାବେ ନେଇ ଫିଲ୍ମ ତିଆରି କରୁଥିବା ନିର୍ଦ୍ଦେଶକ ଆଦିତ୍ୟ ଏଥର କିନ୍ତୁ ନାୟକ ଭାବେ ନେଇଛନ୍ତି ରଣବୀର ସିଂହଙ୍କୁ। ଏଥିରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ବାଣୀ କପୁର।

ଏହା ମଧ୍ୟ ରଣବୀର-ବାଣୀଙ୍କ ଯୋଡ଼ିର ପ୍ରଥମ ହିନ୍ଦୀ ସିନେମା । ଫିଲ୍ମରେ ରଣବୀର-ବାଣୀ କପୁରଙ୍କର ୨୩ଟି କିସ୍‌ ସିନ୍‌ ଥିବାକୁ ନେଇ ଚର୍ଚ୍ଚା ଚାଲିଛି।  ଏହି ମ୍ୟୁଜିକାଲ ରୋମାଣ୍ଟିକ୍‌ ଫିଲ୍ମ ବକ୍ସ ଅଫିସ୍‌ରେ ସଫଳତା ପାଉଛି ନା ନାହିଁ ତା'ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe