କନକ ବ୍ୟୁରୋ : ୫ରାଜ୍ୟର ବିଧାନସଭା ମାହୋଲ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି । ଶୁକ୍ରବାର ମଧ୍ୟପ୍ରଦେଶରେ ପଡିବ ପ୍ରଥମ ତଥା ଗୋଟିଏ ପର୍ଯ୍ୟାୟରେ ଭୋଟ । ଏଥିସହ ଛତିଶଗଡରେ ମଧ୍ୟ ୨ୟ ପଯ୍ୟାୟ ପାଇଁ ଭୋଟ ପଡିବ । ମଧ୍ୟପ୍ରଦେଶରେ ମୋଟ ୨୩୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିବ । ମୋଟ ୨୫୩୩ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ମୋଟ ୫କୋଟି ୬୦ହଜାର ମତଦାତାଙ୍କ ପାଇଁ ୬୪ହଜାର ୬୨୬ ଭୋଟ କେନ୍ଦ୍ର କରାଯାଇଛି । ବିଜେପି,କଂଗ୍ରେସ ସମସ୍ତ ଆସନରେ ଲଢ଼ିବେ । ବିଏସପି ୧୮୧, ସମାଜବାର୍ଦି ପାର୍ଟି ୭୧ ଓ ଆମ ଆଦମୀ ପାର୍ଟି ୬୬ ଆସନରେ ଲଢ଼ିବେ । ସେକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପଡିବ ଭୋଟ । ବିଭିନ୍ନ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ଛତିଶଗଡରେ ୨ୟ ପର୍ଯ୍ୟାୟରେ ପଡିବ ଭୋଟ । ୨୦୧୮ ଛତିଶଗଡ ନିର୍ବାଚନରେ ବିଜେପିର ୧୫ବର୍ଷ ଶାସନକୁ ଧୁଳି ଚଟେଇ ଶାସନ ଗାଦି ହାତେଇଥିଲା କଂଗ୍ରେସ । ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳଗୁଡ଼ିକ ନିଜର ମଜବୁତ ରଣନୀତି କରିଥିଲେ । କେମିତି ବିରୋଧୀଙ୍କୁ ଚକମା ଦେଇହେବ, ସେଥିପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଚାର ଓ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥଲେ । ଏସବୁ ଭିତରେ ସମସ୍ତିଙ୍କ ମନରେ ଗୋଟିଏ ପ୍ରଶ୍ନ? ପୁଣି କିଏ ଗାଦିକୁ ଆସିବ? କିଏ ମଧ୍ୟପ୍ରଦେଶରେ ସରକାର ଗଢ଼ିବ ଓ କିଏ ଛତିଶଗଡରେ କ୍ଷମତା ହାସଲ କରିବ ।