ୟୁରୋପରେ କରୋନା କଟକଣାକୁ ଜୋରଦାର ବିରୋଧ : ନେଦରଲ୍ୟାଣ୍ଡ ଓ ବେଲଜିୟମରେ ହିଂସାତ୍ମକ ଆନ୍ଦୋଳନ

ପୁଲିସ ଉପରକୁ ଗୁଳିମାଡ଼ କଲେ ଆନ୍ଦୋଳନକାରୀ; ଅଷ୍ଟ୍ରିଆ ଓ କ୍ରୋଏସିଆରେ କୋଭିଡ ପାସ୍ ବ୍ୟବହାରକୁ ବିରୋଧ

121

କନକ ବ୍ୟୁରୋ : ୟୁରୋପରେ କୋଭିଡ୍ କଟକଣାକୁ ଜୋରଦାର ବିରୋଧ । ସଂକ୍ରମଣ ଉପରମୁହାଁ ହେଉଥିବାରୁ ୟୁରୋପରେ କୋଭିଡ୍ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ବିରୋଧ କରି ଜୋରଦାର ଆନ୍ଦୋଳନ କରାଯାଇଛି । ଲାଗୁ ହୋଇଥିବା ନୂଆ କଟକଣାକୁ ବେଲଜିୟମ୍ ଓ ନେଦରଲ୍ୟାଣ୍ଡରେ ତୀବ୍ର ବିରୋଧ ହୋଇଛି । ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ।

କୋଭିଡ୍ କର୍ଫ୍ୟୁକୁ ବିରୋଧ କରି ନେଦରଲାଣ୍ଡରେ ଆନ୍ଦୋଳନ କରାଯାଇଛି । ପୋଲିସ ୧୪୫ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ବ୍ରସେଲସରେ ଏକ ଆନ୍ଦୋଳନସ୍ଥଳରେ ପ୍ରାୟ ୩୫ ହଜାର ଲୋକ ଏକାଠି ହୋଇଥିଲେ । ପୋଲିସ ସେମାନଙ୍କୁ ପାଣି ଓ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । କିଛି ଆନ୍ଦୋଳନକାରୀ ମଧ୍ୟ ପୋଲିସ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ସେହିପରି ଅଷ୍ଟ୍ରିଆ ଓ କ୍ରୋଏସିଆରେ କଟକଣାକୁ ବିରୋଧ କରି ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ।

ରେଷ୍ଟୁରାଂଟରେ କୋଭିଡ୍ ପାସ୍ ଆବଶ୍ୟକ ହେଉଛି । ଅଧିକାଂଶ ଲୋକଙ୍କୁ ଡିସେମ୍ବର ମଧ୍ୟ ଭାଗ ପର୍ଯ୍ୟନ୍ତ ସପ୍ତାହକୁ ୪ ଦିନ ଘରୁ ବାହାରିବା ପାଇଁ କୁହାଯାଇଛି । ନେଦରଲାଣ୍ଡର ହେଗ୍ ସହରରେ ଗତ ଶନିବାର ପ୍ରବଳ ହିଂସା ହୋଇଥିଲା । ଅଧିକାରୀମାନେ ଏଠାରେ ଏମରଜେନ୍ସି ସ୍ଥିତି ଘୋଷଣା କରିଛନ୍ତି ।